ଲଇକେରା,୧/୧୧:ଝାରସୁଗୁଡା ତହସିଲକୁ ଦୁଇଟି ପୃଥକ ତହସିଲ ରେ ବିଭକ୍ତ କରିବା ପାଇଁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି ।ବର୍ତ୍ତମାନର ଝାରସୁଗୁଡା ତହସିଲ ଅଧୀନରେ ଝାରସୁଗୁଡା ବ୍ଲକ୍ ଓ ଝାରସୁଗୁଡା ପୈାରାଞ୍ଚଳ ଉଭୟ ଅନ୍ତର୍ଭୁକ୍ତ ରହିଛି ।ଏହାର ଭୈାଗଳିକ କ୍ଷେତ୍ରଫଳ ଅତ୍ୟନ୍ତ ବ୍ୟାପକ ହୋଇଥିବା ସହ ଜନସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।ଏହି କାରଣରୁ ରାଜ ରାଜସ୍ୱ ସମ୍ୱନ୍ଧୀୟ ସେବା ପାଇବାରେ ସାଧାରଣ ଜନସାଧାରଣ ଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।ତହସିଲ ପ୍ରଶାସନ ଉପରେ କାର୍ଯ୍ୟଭାର ଅଧିକ ରହୁଥିବାରୁ ଲୋକଙ୍କୁ ସମୟସୀମା ମଧ୍ୟରେ ସରକାରୀ ସେବା ଯୋଗାଇବା ରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।ଏହି ସମସ୍ଯାର ସ୍ଥାୟୀ ସମାଧାନ ପାଇଁ ଝାରସୁଗୁଡା ବିଧାୟକ ଶ୍ରୀ ତ୍ରିପାଠୀ ତହସିଲ କୁ ବିଭାଜନ କରି ଦୁଇଟି ସ୍ୱାଧିନ ତହସିଲରେ ପରିଣତ କରିବାକୁ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ଙ୍କୁ ପ୍ରସ୍ତାବ ଦେଇଛନ୍ତି ।ପ୍ରଥମତଃ ଝାରସୁଗୁଡା ବ୍ଲକ ଅଞ୍ଚଳ କୁ ନେଇ ଏକ ତହସିଲ ଗଠନ ହେଲେ ଏହା କେବଳ ଝାରସୁଗୁଡା ବ୍ଲକ୍ ଅଧୀନରେେ ଥିବା ଗ୍ରାମାଞ୍ଚଳ ଗୁଡିକର ରାଜସ୍ୱ କାର୍ଯ୍ୟ ବୁଝିବ ।ସେହିପରି ଦ୍ୱିତୀୟତଃ ଝାରସୁଗୁଡା ଟାଉନ୍ ତହସିଲ ହେଲେ ଏହା ଝାରସୁଗୁଡା ପୈାରାଞ୍ଚଳ ଏବଂ ଏହାର ଆଖପାଖ ସହରାଞ୍ଚଳ ପାଇଁ କାର୍ଯ୍ୟ କରିବ ।ବିଧାୟକ ଶ୍ରୀ ତ୍ରିପାଠୀ ଙ୍କ କହିବା ଅନୁଯାୟୀ,ଏହି ପ୍ରସ୍ତାବିତ ବିଭାଜନ ଦ୍ୱାରା ପ୍ରଶାସନିକ କାର୍ଯ୍ୟଭାର ହ୍ରାସ ପାଇବ, ଜମିଜମା ସମ୍ୱନ୍ଧୀୟ ମାମଲାର ଶୀଘ୍ର ନିଷ୍ପତ୍ତି ହୋଇପାରିବ ଏବଂ ସରକାରୀ ସେବା ସହଜରେ ଲୋକଙ୍କ ପାଖରେ ପହଞ୍ଚିପାରିବ ।ଏହା ପ୍ରଶାସନିକ ବିକେନ୍ଦ୍ରୀକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ଦର୍ଶାଇଛନ୍ତି ।ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମ୍ୱନ୍ଧରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ବିଧାୟକ ଲେଖିଥିବା ଚିଠି ରେ ରାଜସ୍ୱ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
