ଲଇକେରା,୨/୧୧:ଝାରସୁଗୁଡା ଜିଲ୍ଲା କିର୍ମିରା ଗଜଲକ୍ଷ୍ମୀ ପୂଜା ଅବସର ରେ ଆରମ୍ଭ ହୋଇଛି ଚାରିଦିନିଆ ‘”କଂସ ରାଜ ଦରବାର'”ରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ ବିଶାଳ ଦାସ ଯୋଗଦେଇଥିବା ବେଳେ ପୂଜା କମିଟୀ ପକ୍ଷରୁ ଉପଢୈାକନ,ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ।ମୁଖ୍ୟଅତିଥି ଓ ବନ୍ଦପାଲି ସରପଞ୍ଚ ତପି ମରେଇ,ସରୋଜ ନାୟକ,ମୀନକେତନ ବେହେରା, ପୂଜା କମିଟୀ ସଭାପତି ରାମେଶ୍ୱର ପାଣିଗ୍ରାହୀ ସମ୍ମାନିତ ଅତିଥି ଯୋଗଦେଇ ମଞ୍ଚକୁ ଉଦଘାଟନ କରିଥିଲେ ।କଂସ ଦରବାର ଦେଖିବା ପାଇଁ ଓ ମାଁ ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରିବା ପାଇଁ ଆଖ ପାଖ ଅଞ୍ଚଳର ଭକ୍ତ,ଶ୍ରଦ୍ଧାଳୁ ଓ ଦର୍ଶକ ବହୂ ସଂଖ୍ୟାରେ ଭିଡ ହେଉଥିବା ଦେଖିବାକୁ ମିଳିଥିଲା ।ମୁଖ୍ୟ ଯାତ୍ରା ହେବା ସହିତ ୪/୧୧/୨୦୨୬ ବୁଧବାର ଦିନ ସକାଳେ କଂସ ବଧ,ଅର୍କେଷ୍ଟ୍ରା ଓ ସଂଧ୍ଯାରେ ମାଁ ଗଜଲକ୍ଷ୍ମୀ ଙ୍କର ବିସର୍ଜନ ହେବ ବୋଲି କମିଟୀ ସୁତ୍ରରୁ ପ୍ରକାଶ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ
