ଭେଡ଼େନ: ବରଗଡ଼ ଜିଲ୍ଲାର ଭେଡ଼େନ ତହସିଲ କାର୍ଯ୍ୟାଳୟରେ ନୂତନ ଆଶା ଓ ଉତ୍ସାହର ସହ ଯୋଗଦେଇଛନ୍ତି ନବନିଯୁକ୍ତ ଅତିରିକ୍ତ ତହସିଲଦାର ଶ୍ରୀମତୀ ପ୍ରିୟଙ୍କା ନାୟକ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା ସିଧାସଳଖ ନିଯୁକ୍ତି ପାଇଥିବା ଓଡ଼ିଶା ରାଜସ୍ୱ ସେବା (ORS) ୨୦୨୩ ବ୍ୟାଚ୍ର ଅଧିକାରୀ ଶ୍ରୀମତୀ ନାୟକ ଭେଡ଼େନ ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ତାଙ୍କ ଯୋଗଦାନ ଅବସରରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ଶ୍ରୀ ନରହରି ବେହେରାଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ଆନ୍ତରିକତାର ସହ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
ସୂଚନାଯୋଗ୍ୟ, ଶ୍ରୀମତୀ ନାୟକ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର ପାଲଲହଡ଼ାଠାରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭାବେ ନିଜର ଦାୟିତ୍ୱ ତୁଲାଉଥିଲେ।
ତାଙ୍କର ଭେଡ଼େନ ତହସିଲରେ ଯୋଗଦାନ ଅଞ୍ଚଳବାସୀଙ୍କ ମନରେ ନୂତନ ଆଶା ଓ ଉତ୍ସାହ ସଞ୍ଚାର କରିଛି। ଜନସାଧାରଣଙ୍କ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟାର ସମାଧାନ ଏବଂ ଉନ୍ନତ ଜନସେବା କ୍ଷେତ୍ରରେ ତାଙ୍କର କାର୍ଯ୍ୟ ଅଞ୍ଚଳ ପାଇଁ ଫଳପ୍ରଦ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ଭେଡ଼େନରୁ ଟିକେଶ୍ୱର ବାଗଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ୍।
