ଲଇକେରା,୧/୧୧:ଝାରସୁଗୁଡା ଜିଲ୍ଲା କିର୍ମିରା ଗଜଲକ୍ଷ୍ମୀ ପୂଜା ଓ ଯାତ୍ରା ଉପଲକ୍ଷେ ପୂଜା କମିଟୀ ଆନୁକୂଲ୍ୟରେ ଆୟୋଜିତ ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।୧୬ଟି ଦଳ ମଧ୍ୟରେ ହୋଇଥିବା ଖେଳରେ କିର୍ମିରା ଏବଂ ମସନିକାନୀ ମଧ୍ୟରେ ଫାଇନାଲ ଖେଳରେ କିର୍ମିରା ୧-୦ ଗୋଲରେ ଚମ୍ପିଆନ ହୋଇଛି ।ଯୁବ ସମାଜସେବୀ ବିଶାଳ ଦାସ ଯୋଗଦେଇ ମା’ ଗଜଲକ୍ଷ୍ମୀ ଙ୍କୁ ଦର୍ଶନ କରିଥିଲେ ଓ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଥିବାବେଳେ ବନ୍ଧପାଲି ସରପଞ୍ଚ ତପି ମରେଇ,ବିଜେଡି ଯୁବ ନେତା ମଳୟ ସାହୁ,ସରୋଜ ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବିଜୟୀ ଓ ଚମ୍ପାଆନ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ ।ପୂଜା କମିଟୀ ସଭାପତି ରାମେଶ୍ୱର ପାଣିଗ୍ରାହୀ, ସମ୍ପାଦକ ମହେଶ୍ୱର ପାଣିଗ୍ରାହୀ, ମୀନକେତନ ବେହେରା ଉପସ୍ଥିତ ଥିଲେ ।ହୋତାସେନ ବାଗ, ରାଜେଶ ଛତ୍ରିଆ,ନରେଶ ବାଗ ଖେଳ ପରିଚାଳନା କରିଥିବା ବେଳେ ସଚିନ ପଶାୟତ,ପଫୁନ ନାଏକ,ପୃଥିରାଜ ପଶାୟତ,ମଣ୍ଟୁ ଧୁରୁଆ,ଗୋପାଳ ବେହେରା, ବାବୁଲୁ ଛତ୍ରିଆ,ବିକାଶ ବେହେରା,ସାହିଲ ଚାରଦିଆ ସମେତ କମିଟୀର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
