ଝାରସୁଗୁଡା ସହର ସ୍ଥିତ ବିଟିଏମ୍ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ଆଦର୍ଶ ଏବଂ ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଲଇକେରା ବ୍ଳକ୍ ଅନ୍ତର୍ଗତ ପାକେଲପଡା ମଣ୍ଡଳର ନନ୍ଦମୁଣ୍ଡା ଓ ଟେଣ୍ଟଲାମାଲ ଗ୍ରାମର ବହୁ ନେତା ଓ କର୍ମୀ ବିଜେପି ରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି ।ଏହି ମିଶ୍ରଣ ପର୍ବର ଦଳରେ ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିମାନେ ହେଲେ ମଦନ ପ୍ରଧାନ,ଆନନ୍ଦ ସୁରିନ, ଚିନ୍ତାମଣି ଲୋହାର,ମହେନ୍ଦ୍ର କିସାନ, ଅଜୟ ମୁଣ୍ଡା,ସଞ୍ଜୟ ଡୁଙ୍ଗଡୁଙ୍ଗ, ହରେନ୍ଦ୍ର କିସାନ, କାର୍ତ୍ତିକ କିସାନ,ପ୍ରଫୁଲ୍ଲ ସିଂ ନାଏକ,ସୋଗନାଥ କିସାନ, ପ୍ରେମ କିସାନ,ଘସିଆ କିସାନ, ଭଗବତୀ କିସାନ,ମଥୁରା କିସାନ, ମହାରଙ୍ଗୀ କିସାନ, ସୁଶାନ୍ତ କିସାନ, ସାବନ ମୁଣ୍ଡା ନୂତନ ସଭ୍ୟ ଭାବେ ଯୋଗ ଦେଇଥିବା ସମସ୍ତ କର୍ମୀଙ୍କୁ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପି ପରିବାର କୁ ସ୍ୱାଗତ କରିଥିଲେ ।ଏହି ଯୋଗଦାନ ଫଳରେ ଝାରସୁଗୁଡା ଜିଲ୍ଲା ଓ ଲଇକେରା ବ୍ଲକ୍ ସମେତ ସ୍ଥାନୀୟ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ସଂଗଠନ ଆହୁରି ସୁଦୃଢ ଓ ମଜବୁତ୍ ହେବ ବୋଲି ନେତୃବୃନ୍ଦ ବିଧାୟକ ଟଙ୍କଧର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ।ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଝାରସୁଗୂଡାରେ ବିଜେପି କୁ ଆହୁରି ମଜଭୁତ କରାଯିବ ବୋଲି ନୂତନ ଭାବେ ସାମିଲ ହୋଇଥିବା ବିଜେପି କର୍ମୀ ମାନେ ମତ ପ୍ରକାଶ କରିଛନ୍ତି ।ଏହି ମିଶ୍ରଣ ସମୟ ରେ ବିଧାୟକ ତ୍ରିପାଠୀ ଙ୍କ ସହିତ ବିଜେପିର ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ,ଉଦ୍ଧବ ସିଂ ନାଏକ ଉପସ୍ଥିତ ଥିଲେ ।

