କଳାହାଣ୍ଡି ଜିଲ୍ଲା ର ମ.ରାମପୁର ରେ ଆଜି ଆଦିବାସି ସଂଘ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ଦାବି ଉଠାଯାଇଛି । ମ ରାମପୁର ଶୀଘ୍ର ରାଜସ୍ୱ ସବଡିଭିଜନ ଭାବେ ଘୋଷଣା କରିବା ପାଇଁ ସଂଘ ଜୋର ଜାର ଭାବରେ ଦାବି କରିଛି । ସଂଘର କହିବା ଅନୁସାରେ ଏହି ଅଞ୍ଚଳରେ ଆଦିବାସୀ ଲୋକଙ୍କର ମୋୖଲିକ ସୁବିଧା ଓ ସରକାରୀ ସେବାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ ଗ୍ରାମ ର ପାଉଁଟିଆ ଓ ବିଭିନ୍ନ ମୁଖ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସରକାରଙ୍କର ଯୋଜନା ପହଞ୍ଚିପାରୁ ନାହିଁ । ଦୀର୍ଘବର୍ଷ ଧରି ଆଦିବାସୀମାନେ ଦାଖଲ କରିଥିବା ବଙ୍ଗଳ ଜମିକୁ ସରକାର ପ୍ରଦାନ କରନ୍ତୁ ବୋଲି ମ. ରାମପୁର ତହସିଲଦାର ଶ୍ରୀମତି ହିମାଂଶ ସାହୁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ବିଶେଷ କରି ଆଦିବାସୀମାନଙ୍କୁ ମିଳୁଥିବା ଜାତିଗତ ପ୍ରମାଣ ପତ୍ର ଉପରେ ଆଦିବାସୀ ସଂଘ ଯୋର ଧରିଛି। କାରଣ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଆଦିବାସୀଙ୍କୁ ମିଳିଥିବା ସୁବିଧା ସୁଯୋଗ ନକଲି ଜାତିଗତ ପ୍ରମାଣ ପତ୍ର ତିଆରି କରି ସୁଯୋଗ ଉଠାଉଛନ୍ତି । ଏ ସବୁ କାର୍ଯ୍ୟକୁ ଭଲ ଭାବରେ ସରକାର ଧ୍ୟ୍ୟନ ଦିଅନ୍ତୁ ବୋଲି. ସଂଘ ପକ୍ଷରୁ କହିଛନ୍ତି । ଯଦି ମ.ରାମପୁର କୁ ସବଡିଭିଜନ ଘୋଷଣା କରାଯିବ ତେବେ ଲୋକମାନେ ସହଜର ସରକାରୀ ସୁବିଧା ଓ ସେବା ପାଇ ପାରିବେ ବୋଲି ଜଳ ସାଧାରଣ କହିଛନ୍ତି । ଏହି ଆନ୍ଦୋଳନରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରକାଶ ପତ୍ର, ମ.ରାମପୁର ଆଦିବାସୀ ସଂଘ ଶ୍ରୀଯୁକ୍ତ ଧୋବା ପନ୍ଦର, ସଂପାଦକ ଶ୍ରୀଯୁକ୍ତ ଦାସରଥି ମାଝୀ, ମ.ରାମପୁର ବ୍ଲକ କନ୍ଧ ସମାଜ ସଭାପତି ଶ୍ରୀଯୁକ୍ତ ରାଜୁ ମାଝୀ, ସଂପାଦକ ଶ୍ରୀଯୁକ୍ତ ବିପ୍ର ମାଝୀ, ଗୋଁଣ୍ଡ ସମାଜ ବ୍ଲକ ସଭାପତି ଶ୍ରୀଯୁକ୍ତ ଟଙ୍କ ଧର ପନ୍ଦର, ସଂପାଦକ ଶ୍ରୀଯୁକ୍ତ ଅଜିତ ପାତ୍ର, ବିଞ୍ଜାଳ ସମାଜ ବ୍ଲକ ସଭାପତି ଶ୍ରୀଯୁକ୍ତ ସୁରୁ ବରିହା, ସଂପାଦକ ଶ୍ରୀଯୁକ୍ତ ଲୋକନାଥ ବରିହା, ବଞ୍ଜରା ସମାଜ ବ୍ଲକ ସଭାପତି ଶ୍ରୀ ଟଙ୍କଧର ନାଏକ, ଗୋଁଣ୍ଡ ସମାଜ ସଭାପତି ଶ୍ରୀଯୁକ୍ତ ପଦ୍ମନ ପାତ୍ର, ଗୋଁଣ୍ଡ ସମାଜ G S U ସଂଘର ସଭାପତି ଶ୍ରୀଯୁକ୍ତ ଜୟ ପାତ୍ର, ସଂପାଦକ ଶ୍ରୀଯୁକ୍ତ କାନ୍ତ ପାତ୍ର ଙ୍କ ସହିତ ଶ୍ରୀଯୁକ୍ତ ରବିନ୍ଦ୍ର ଭୋଇ, ଶ୍ରୀଯୁକ୍ତ ସୁରେଶ ପାତ୍ର, ଶ୍ରୀ ଯୁକ୍ତ ସୁରେଶ ପାତ୍ର, ଶ୍ରୀଯୁକ୍ତ ମହେନ୍ଦ୍ର ପାତ୍ର ଙ୍କ ସହିତ ଏହି ରାଳିରେ ମ.ରାମପୁର ସିଂଦେ ରାଜ ପରିବାର ର ମୁଖିଆ ମହୋଦୟ ମଧ୍ୟ ଉପସ୍ଥିତ ଥିଲେ । ଆଦିବାସୀ ସଂଘ ପକ୍ଷରୁ ଆଦିବାସୀମାନଙ୍କର ସମସ୍ତ ଅଧିକାର ଓ ସୁବିଧା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଦାବିକୁ ସମର୍ଥନ କରି ଶୀଘ୍ର ପଦକ୍ଷେପ ନେବା ପାଇଁ ସରକାରଙ୍କୁ ଆହ୍ଵାନ କରିଛନ୍ତି ।
