ଢେଙ୍କାନାଳ ଜିଲ୍ଲା,ଗନ୍ଦିଆ ଥାନା ଅନ୍ତର୍ଗତ ସାଆନ୍ଦାପସୀ ପାଟଣା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା କୂଅରୁ ମିଳିଲା ଯୁବକଙ୍କ ମୃତଦେହ ଉଦ୍ଧାର ମୃତକ ଜଣକ ହେଉଛନ୍ତି ଦୁଃଖବନ୍ଧୁ ସାହୁ ଙ୍କର ଏକ ମାତ୍ର ପୁତ୍ର ଦୀପକ ସାହୁ, ବୟସ ୩୫, ଗତ କାଲି ଆର ଡି ଅଫିସ ପରିସରରେ ସାଙ୍ଗ ମାନଙ୍କ ସହ ଭୋଜି କରିବା ପାଇଁ ଆସି ଆଉ ଫେରି ନଥିଲେ,ବହୁ ଖୋଜା ଖୋଜି ପରେ ଆଜି କୂଅ ଭିତରୁ ମୃତ ଦୀପକ ଙ୍କ ଗଳିତ ଶବକୁ ଉଦ୍ଧାର କରି ସ୍ଥାନୀୟ ପୋଲିସ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାଜନୈତିକ କୁ କେନ୍ଦ୍ର କରି ଏଭଳି କାଣ୍ଡ ହୋଇଥାଇପାରେ, ବୋଲି ଅନୁମାନ କରାଯାଉଛି ଘଟଣା ସ୍ଥଳରେ ଗନ୍ଦିଆ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ୍
