ବଡ ମେଡିକାଲ ଓ ରାଜ୍ଯର ସମସ୍ତ ଡାକ୍ତରଖାନା ଗୁଡିକରେ ସ୍ୱାସ୍ଥ୍ୟସେବା ଯେଉଁ ଭଳି ଭାବେ ବିପର୍ଯ୍ୟସ୍ତ ହେବାରେ ଲାଗିଛି ତାହା ସହିତ ଡାକ୍ତରଖାନା ଗୁଡିକରେ ୬୦ ଭାଗ ଡାକ୍ତର ନାହାଁନ୍ତି। ଏହି ଗୁରୁତର ସମସ୍ୟା ଗୁଡିକୁ ଯୁଦ୍ଧ କାଳିନ ଭିତିରେ ସମାଧାନ ଦାବିରେ ବିଭିନ୍ନ ନାଗରିକ ଅନୁଷ୍ଠାନ ପକ୍ଷରୁ ନାଗରିକ ଧାରଣା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଧାରଣା ରେ ଶ୍ରୀ ଚିତ୍ତରଞ୍ଜନ ମହାନ୍ତି, ଶ୍ରୀ ସତ୍ୟ ରାୟ ,ଶ୍ରୀ ବିଶ୍ୱାବସୁ ଦାସ, ଇଂ କ୍ଷିରୋଦ ମହାପାତ୍ର, ଶ୍ରୀ ଖଗେଶ୍ବର ସେଠୀ, ଶ୍ରୀ ସୁକାନ୍ତ ନାୟକ ଶ୍ରୀ ପ୍ରତାପ ଦାସ , ଶ୍ରୀ ବିଶ୍ୱଜିତ ଘୋଷ, ଶ୍ରୀମତୀ ଡଲି ଦାଶ, ଶ୍ରୀମତୀ ଅନିମା ରାୟ, ଶ୍ରୀ ବିରଞ୍ଚିନାରାୟଣ ନାୟକ, ଶ୍ରୀ ନିର୍ମଳ କୁମାର ସାମଲ, , ଶ୍ରୀ ରୁଦ୍ରେଶ ଦାଶ ପ୍ରମୁଖ ଧରଣର ନେତୃତ୍ବ ନେଇଥିଲେ। ଏହି ଅଗ୍ନିକାଣ୍ଡ ର ଏକ ଏକ ଉଚ୍ଚସ୍ତରୀୟ ନ୍ଯାୟିକ ତଦନ୍ତ ହେବା ଓ ତୁରନ୍ତ ଏହାର ପ୍ରତିକାର ତଥା କିପରି ଏହା ପୁନର୍ବାର ନହେବ ତାହାର ଏକ ଖସଡ଼ା ସର୍ବସାଧାରଣରେ ପ୍ରକାଶିତ ହେବା ଅତ୍ୟନ୍ତ ଜରୁରୀ। ତେର ଜଣ ରୋଗୀ ଜ୍ୱଳନ୍ତ ଦଗ୍ଧ ହେବା ଏକ ମଣିଷ କୃତ ବିପର୍ଯୟ I ଏଥିରେ ନିଜର କାର୍ଯ୍ୟ ଠିକ ଭାବରେ ସମ୍ପାଦନ କରି ନଥିବା ପ୍ରତ୍ୟକ ଅଧିକାରୀ ଙ୍କୁ ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନୈତିକତା ଦୃଷ୍ଟିରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଦାବି ରଖିଥିଲେ।
, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଏବଂ ଆହତ ମାନଙ୍କୁ ଉନ୍ନତ ଏବଂ ମାଗଣା ଚିକିତ୍ସା ପ୍ରଦାନ ସହ ଉପଯୁକ୍ତ ସହାୟତା ଦିଆଯିବା ସହ ୧୨ ଦଫା ଦାବୀ କରାଯାଇଅଛି |
