ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଚଣ୍ଡିତଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାତୋ ମିଳନ ପଡିଆ ଠାରେ ଗତକାଲି ବିଜେଡ଼ି ପକ୍ଷରୁ ଚଣ୍ଡିତଳ ଗ୍ରାମ ପଞ୍ଚାୟତ ସ୍ତରୀୟ ଏକ ସାଙ୍ଗଠନିକ କର୍ମୀ ସମ୍ମିଳନୀ ପଞ୍ଚାୟତ ସଭାପତି ତଥା ପ୍ରାକ୍ତନ ସରପଞ୍ଚ ରବୀନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ବଡ଼ଚଣା ବିଜେଡି ନେତା କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଲ୍ଲାଦ ନନ୍ଦ ଓ କୈଳାସ ଚନ୍ଦ୍ର ରାଉତ,ଜିଲ୍ଲା ବିଜେଡି ଉପ ସଭାପତି ତଥା କୋଲଣଗିରି ସରପଞ୍ଚ ଜ୍ଞାନରଞ୍ଜନ ସାହୁ,ନେଳିଆ ପଞ୍ଚାୟତ ସମିତିସଭ୍ୟାଙ୍କ ପ୍ରତିନିଧି ତଥା ବ୍ଲକ୍ ବିଜେଡି ସମ୍ପାଦକ ଧନେଶ୍ଵର ବେହେରା,ଚଣ୍ଡିତଳ ପଞ୍ଚାୟତ ସମିତି ସଭ୍ୟା ଝିଲ୍ଲି ମଲ୍ଲିକ୍, ଖଇରା ପଞ୍ଚାୟତ ବିଜେଡି ଯୁବନେତା ନୀଳକଣ୍ଠ ବରାଳ,ଜିଲ୍ଲା ବିଜେଡି ସମ୍ପାଦକ ବିନୟ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଡବଲ ଇଞ୍ଜିନ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିବା ସହିତ ଏବେ ସୁଦ୍ଧା ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅକ୍ଷୁର୍ଣ୍ଣ ରହିଛି।ତୃଣମୂଳ ସ୍ତରରୁ ବିଜେଡିକୁ ସଶକ୍ତ କରି ଲୋକଙ୍କ ସମସ୍ୟା ଉପରେ ବିଶେଷ ଭାବରେ ଧ୍ୟାନ ଦେଇ ସମାଧାନ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ନେତୃମଣ୍ଡଳୀ ଆହ୍ବାନ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ଚଣ୍ଡିତଳ ପଞ୍ଚାୟତର ବିଜେଡି ଯୁବନେତା କିଶୋର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ ପବନେଶ୍ୱର୍ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କର୍ମୀ ସମ୍ମିଳନୀକୁ ସଫଳ କରିବା ପାଇଁ ମମ୍ ତାଜ୍ ଅଲ୍ଲୀ ଖାଁ,ମଳୟ ସାହୁ, ସଂଗ୍ରାମ ମହାନ୍ତି,ଭାଗ୍ୟଧର ରାଉତ, ଯଯାତି ସାହୁ, ପ୍ରତାପ କୁମାର ସାମଲ,ଆଶିଷ ମହାନ୍ତି,ଧରଣୀଧର ମଲ୍ଲିକ୍ ପ୍ରମୁଖ ସହଯୋଗ କରିଥିଲେ।
