ବଲାଙ୍ଗୀର ସହର ସ୍ଥିତ କଲେଜ ଛକ କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା । ବର୍ତମାନ ର ଶାସନାଧୀନ ବିଜେପି ସରକ।ର କୁ ଟାର୍ଗେଟ କରି କଂଗ୍ରେସ ର ଶତାଧିକ କଂଗ୍ରେସ କର୍ମୀ ଓ ମହିଳା ମାନେ ମହିଳା ସୁରକ୍ଷା ଆଇନ କୁ ଲାଗୁ କରିବା, ମହିଳା ମାନଙ୍କୁ ୩୩ପ୍ରତିଶତ ସଂରକ୍ଷଣ ଦିଆଯାଉ ବୋଲି ଆହ୍ବାନ ଡାକରା ଦେବା ସହ ସ୍ଲୋଗାନ ମଧ୍ୟ ଦେଇଥିଲେ ।ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ସିଂହ ସାଲୁଜା ,ଅନିଲ ମେହେର ମହୋଦୟ, ଆଇନଜୀବୀ ଶ୍ରୀଯୁକ୍ତ ଅର୍ଜୁନ ମୁଗ୍ରୀ, ଆଇନଜୀବୀ ଶ୍ରୀ ଅଶୋକ ବାରିକ ମହିଳା ନେତ୍ରୀ ମିଲନି ସାହୁ,ସମାଜ ସେବୀ ଶ୍ରୀ ରୁପେଶ ନାଗ,ଅନ୍ତର୍ଯ୍ୟାମୀ ନାଗ,ସମାଜସେବୀ ଶ୍ରୀ ଯୁବରାଜ ଜାଲ ମଧ୍ୟ ଉକ୍ତ ସଭାରେ ଯୋଗଦେଇ ଥିଲେ।ଜିଲ୍ଲାପାଳ ,ବଲାଙ୍ଗୀର ଅଫିସ ସମ୍ମୁଖରେ ଟାଣୁଆ ନେତା ସମ୍ମାନିୟ ଶ୍ରୀ ସନ୍ତୋଷ ସିଂହ ସାଲୁଜା ଓ ଅନିଲ ମେହେର ମହୋଦୟ ଭାଷଣ ଦେଇ ସରକାର ଆମର ଏଇ ମଶାଲ ଯାତ୍ରା ର ଉଦ୍ଧେଶ୍ୟ କୁ ବୁଝାନ୍ତୁ ଓ ମହିଳା ମାନଙ୍କୁ ଉଚିତ୍ ନ୍ୟାୟ ଦେଇ ୩୩ ପ୍ରତିଶତ ସଂରକ୍ଷଣ ଦିଅନ୍ତୁ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ ସହ ଲଢେ଼ଇ ହେବ ବୋଲି ଭାଷଣ ରେ ମାତବ୍ୟକ୍ତ ଦେଇଥିଲେ ।ବଲାଙ୍ଗୀର ରୁ ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦ ଙ୍କ ସହ ଯୁବରାଜ ଜାଲ ପ୍ରତୀକ୍ଷା ନ୍ୟୁଜ।
