ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ କାନ୍ଦରାଶୁଣି ଆଦର୍ଶ ସ୍କୁଲ ନିକଟସ୍ଥ ଏକ କାଜୁ ବଗିଚାରୁ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ହିନ୍ଦୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (UD Case No- 11/2026) ରୁଜୁ କରି ତଦନ୍ତ ଆରମ୍ଭ କରିଛି।ମୃତକ ଜଣକ ହେଉଛନ୍ତି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ କଞ୍ଜା ଗ୍ରାମର ନେମ୍ବୁଆ ପ୍ରଧାନ ଙ୍କ ପୁତ୍ର ଦିଲୀପ ପ୍ରଧାନ (୪୫)।ସୂଚନା ଅନୁସାରେ ସେ ମଲ୍ହାର ସମ୍ପ୍ରଦାୟର ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ରହି ଜଙ୍ଗଲରୁ ମହୁ ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ।ପ୍ରାଥମିକ ଅନୁସନ୍ଧାନରୁ ଏହି ମୃତ୍ୟୁ ପ୍ରଦେହଟି ପ୍ରାୟ ୩ ଦିନ ତଳର ବୋଲି ଅନୁମାନ କରାଯାଉଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାଇଛି।
ହିନ୍ଦୋଳ ରୁ ସନାତନ ନାଥଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ୍
