ବରଗଡ଼/ ପଦ୍ମପୁର :– ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳ ର ବାରଭାଇ ବେଣ୍ଟ କାର ସମାଜ ସଭାପତି ଗୋପାଳ ବରିହା ଙ୍କ ନେତୃତ୍ୱ ରେ ସମାଜ ର କର୍ମକର୍ତ୍ତା ମାନେ ବଲାଙ୍ଗୀର ଜିଲ୍ଲାର ସୁକତେଲ ଡ୍ୟାମ ନିର୍ମାଣ ରେ ବିସ୍ଥାପିତ ହୋଇଥିବା ୮୦ ଟି ଆଦିବାସୀ ପରିବାର ତଥା କୁମିଆଁ ପାଳି ଗ୍ରାମ ବାସୀ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବାକୁ ସେ ଅଞ୍ଚଳ କୁ ପରିଦର୍ଶନ କରିଥିଲେ । ଏହି ଅବସରରେ ବିସ୍ଥାପିତ ପରିବାର ମାନେ ବିଭିନ୍ନ ମୌଳିକ ସୁବିଧା, ଜମି ଓ କ୍ଷତିପୂରଣ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସହିତ ପୁନର୍ବାସ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଗୁଡ଼ିକୁ କର୍ମକର୍ତ୍ତା ଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥିଲେ । ସଭାପତି ଶ୍ରୀଯୁକ୍ତ ବରିହା ସମସ୍ୟା ଗୁଡ଼ିକୁ ଗୁରୁତ୍ୱର ସହ ନେଇ ସମ୍ପୃକ୍ତ ପ୍ରଶାସନ ଙ୍କ ନଜର କୁ ଆଣି ଶୀଘ୍ର ସମାଧାନ ପାଇଁ ଦାବୀ କରିବେ ବୋଲି କହିଥିଲେ । ଏହାସହ ବିସ୍ଥାପିତ ଙ୍କ ନ୍ୟାୟ ସଙ୍ଗତ ଦାବୀ ଗୁଡିକର ଶୀଘ୍ର ସମାଧାନ ନ ହେଲେ ବାର ଭାଇ ବେଣ୍ଟ କାର ସମାଜ ପକ୍ଷରୁ ଗଣ ଆନ୍ଦୋଳନ କରାଯିବ ବୋଲି ସତର୍କ କରି କହିଥିଲେ ।ଏଥିରେ ସମାଜ ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।
