ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ ଜିଲ୍ଲା ର ସମସ୍ତ ତାଲୁକ ସ୍ତର ଓ ତୁଷୁରା ନ୍ୟାୟାଳୟ ଠାରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି।ଏହି ଲୋକ ଅଦାଲତ ଜିଲ୍ଲା କୋର୍ଟ ପରିସର ରେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ନ୍ୟାୟାଧୀଶ ଶ୍ରୀଯୁକ୍ତ ହିରନମୟ ବିଶୋଇ ଙ୍କର ଉପସ୍ଥିତିରେ ପରିଚାଳନା କରାଯାଇଅଛି ଏଥିରେ ଶ୍ରୀଯୁକ୍ତ ପ୍ରିୟବ୍ରତ ଦାଶ, ଜଜ୍ ଫ୍ୟାମିଲୀ କୋର୍ଟ,ଶ୍ରୀମତୀ ଅଞ୍ଜଳି କୁମାରୀ ପାଢ଼ୀ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ୍, ଶ୍ରୀଯୁକ୍ତ ଶଙ୍ଖ ଚକ୍ରବର୍ତ୍ତୀ,ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀଯୁକ୍ତ ଲୋକନାଥ ମିଶ୍ର, ରେଜିଷ୍ଟ୍ରାର ସିଭିଲ କୋର୍ଟ, ଶ୍ରୀଯୁକ୍ତ ଆଶିଷ କୁମାର ସାହୁ, ସିଭିଲ ଜଜ୍ (ବରିଷ୍ଠ), ଶ୍ରୀମତୀ ବୈଶାଳୀ ନାୟକ, ସିଭିଲ ଜଜ୍ (ବରିଷ୍ଠ କମର୍ସିଆଲ କୋର୍ଟ),ଶ୍ରୀମତୀ କୁନମୁନ ଆଚାରୀ ସିଭିଲ ଜଜ୍ (ବରିଷ୍ଠ LR <V), ଶ୍ରୀମତୀ ଶର୍ମିଷ୍ଠା ଶୁଭଦର୍ଶିନୀ ମହାନ୍ତି, ଅତିରିକ୍ତ ସିଭିଲ ଜଜ୍ (ବରିଷ୍ଠ),ଶ୍ରୀମତୀ ଦୀପାରାଣୀ ଜେନା (SDJM), ଶ୍ରୀମତୀ ସାସ୍ୱତୀ ମହାପାତ୍ର ସିଭିଲ ଜଜ୍ (କନିଷ୍ଠ),ଶ୍ରୀ ସାଧକ କାରଜୀ (JMFC)LR <V, ଶ୍ରୀଯୁକ୍ତ ଶିଶିର କୁମାର ଭୋଇ (ଗ୍ରାମ ନ୍ୟାୟାଧିକାରି ), ମିସ ଦୀପାଳି ଦାସ (JMFC), ମିସ ଅର୍ଘ୍ୟରୂପା ମିଶ୍ର,(JMFC), ମିସ ରାଜଶ୍ରୀ ପ୍ରିୟଦର୍ଶିନୀ (JMFC), ଏବଂ ଜିଲ୍ଲା ବାର ର ପ୍ରାୟ ସମସ୍ତ ଅଧିବକ୍ତା ମାନେ ଉପସ୍ଥିତ ଥିଲେ।ଏହା ସହିତ ଜିଲ୍ଲାର ବିଭିନ୍ନ ରାଜସ୍ୱ ଅଧିକାରୀ ବନ ବିଭାଗ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜାତୀୟକରଣ ଓ ବେସରକାରୀ ବ୍ୟାଙ୍କ୍,ଜଳ ବିଭାଗ, ବିଦ୍ୟୁତ୍ ବିଭାଗ,BSNL , ଏବଂ ଅନ୍ୟ ବିଭାଗ ମାନେ ମଧ୍ୟ ଭାଗ ନେଇଥିଲେ ତତ୍ ସହିତ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଶୋଇ ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ପ୍ରାଧିକରଣ ପରିସର ରେ ଉପସ୍ଥିତ ଥିବା ବ୍ୟକ୍ତି ବିଶେଷ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବିତରଣ କରାଯାଇଥିଲା ଏବଂ ତୃତୀୟ ମଧ୍ୟସ୍ଥତା ଅଭିଯାନ ସଚେତନତା ଶିବିର ଖୋଲା ଯିବା ସହିତ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କ ହସ୍ତଶିଳ୍ପ ବିକ୍ରୟ ଷ୍ଟଲ ଖୋଲା ଯାଇଥିଲା।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୧୦୭୫୧ ମାମଲା ସମାଧାନ ହେବା ସହିତ ସର୍ବମୋଟ ୪କୋଟି ୭୦ ଲକ୍ଷ ୨୦ ହଜାର ୭୪୦ ଟଙ୍କାରେ settle ହୋଇଥିଲା।
ଉକ୍ତ ଲୋକ ଅଦାଲତ କୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ପରିଚାଳନା କରିଥିଲେ ଏଥିରେ ପାରା ଲିଗାଲ ସ୍ୱେଚ୍ଛାସେବୀ ବିଦ୍ୟୁତଲତା ଖମାରୀ,ସୁନୀତା ଦାସ , ଜ୍ୟୋତିକା ଦାସ , ଲମ୍ବୋଦର ନାଗ, ଲଛମନ ମହାକୁର, ପ୍ରକାଶ ସେଠ, ଯୁବରାଜ ଜାଲ ଓ ବିନୟ କୁମାର ନନ୍ଦ, ସହଯୋଗ କରିଥିଲେ।ଓ ଆଇନ ଶୃଙ୍ଖଳା ରକ୍ଷା କରିବା ରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ।
ବଲାଙ୍ଗିର ରୁ ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦ ପ୍ରତୀକ୍ଷା ନ୍ୟୁଜ୍।
