ଖୋର୍ଦ୍ଧା: ପବିତ୍ର ନବରାତ୍ରୀର ପ୍ରଥମ ଦିନରେ ମା’ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରାଯାଉଛି। ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଜଳିଆପଡ଼ା ଗ୍ରାମର ମାତୃଶକ୍ତି ପୀଠରେ ମା’ ମଙ୍ଗଳା ଶୈଳପୁତ୍ରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ନବରାତ୍ରୀର ପ୍ରଥମ ଦିନରେ ମା’ଙ୍କ ଏହି ଦିବ୍ୟ ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଛି। ମା’ ଶୈଳପୁତ୍ରୀଙ୍କୁ ଶକ୍ତି, ଶାନ୍ତି ଓ ସମୃଦ୍ଧିର ପ୍ରତୀକ ଭାବେ ପୂଜା କରାଯାଏ।

ନବରାତ୍ରୀର ନଅ ଦିନ ଧରି ମା’ ଦୁର୍ଗାଙ୍କ ବିଭିନ୍ନ ସ୍ୱରୂପର ପୂଜାର୍ଚ୍ଚନା କରାଯାଉଥିବାରୁ ଶକ୍ତିପୀଠଗୁଡ଼ିକରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଜଳିଆପଡ଼ାର ଏହି ମାତୃଶକ୍ତି ପୀଠରେ ମା’ ମଙ୍ଗଳାଙ୍କ ଦିବ୍ୟ ଦର୍ଶନ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତି ଓ ଆସ୍ଥା ଭରିଦେଇଛି। ମା’ଙ୍କ ଆଶୀର୍ବାଦ ଲାଭ କରିବା ସହ ପରିବାରର ମଙ୍ଗଳ ଓ ସୁଖସମୃଦ୍ଧି କାମନା କରି ଭକ୍ତମାନେ ପୂଜାର୍ଚ୍ଚନା କରୁଛନ୍ତି।

ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
