ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ଅଭିଯାନ “ଶୈଶବ ସୁରକ୍ଷା” କୁ ସଫଳ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର, ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ, ସଦେଇପାଲି, ବଲାଙ୍ଗୀର ଠାରେ ତା.୨୭.୧୦.୨୦୨୬ ରେ “ସୁରକ୍ଷିତ ଶୈଶବ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ, Spl. Court (ଏସ୍ସି/ଏସ୍ଟି) ବଲାଙ୍ଗୀର ତଥା ଭାରପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ସୁବ୍ରତ ପଟ୍ଟନାୟକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗୀର ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ, JMFC(LR & LTV) ବଲାଙ୍ଗୀର ଶ୍ରୀ ସାଧକ କାରଜୀ , ଗ୍ରାମ ନ୍ୟାୟଧିକାରୀ , ବଲାଙ୍ଗୀର ଶ୍ରୀଯୁକ୍ତ ଶିଶିର କୁମାର ଭୋଇ, ଶିଶୁ କଲ୍ୟାଣ ସମିତି (CWC) ର ସଦସ୍ୟା ଶ୍ରୀମତୀ ଏସ୍. ଲତାଶ୍ରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୃନ୍ଦାବନ ମହାକୁର ପ୍ରମୁଖ ଯୋଗଦାନ କରିଥିଲେ ।
ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀଯୁକ୍ତ ପଟ୍ଟନାୟକ ଶିଶୁମାନଙ୍କ ଅଧିକାର, ଶିଶୁ ସୁରକ୍ଷା, ବାଲ୍ୟବିବାହ ନିରାକରଣ, ଶିଶୁ ଶୋଷଣ ଓ ନିର୍ଯାତନାରୁ ସୁରକ୍ଷା ତଥା ଶିଶୁମାନଙ୍କ ପ୍ରତି ଥିବା ସାମାଜିକ ଦାୟିତ୍ଵ ସମ୍ପର୍କରେ ସଚେତନତା ଉପରେ ଆଲୋକପାତ କରିଥିଲେ ।
ଶ୍ରୀଯୁକ୍ତ ପ୍ରଧାନ ଶିଶୁମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ସେମାନଙ୍କୁ ଏକ ସୁରକ୍ଷିତ, ଭୟମୁକ୍ତ ଓ ଅଧିକାରଭିତ୍ତିକ ପରିବେଶ ଯୋଗାଇଦେବା ସମସ୍ତଙ୍କ ଦାୟିତ୍ବ ବୋଲି ମତ ପ୍ରକାଶ କରିଥିଲେ ।
ଶ୍ରୀ କାରଜୀ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ POCSO Act ର ବିଭିନ୍ନ ଧାରା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ ।
ଶ୍ରୀଯୁକ୍ତ ଭୋଇ Prevention is better than cure ଉପରେ ଛାତ୍ରଛାତ୍ରୀ ଉପରେ ସଚେତନତା କରିଥିଲେ ।
ପ୍ରଧାନ ଶିକ୍ଷକ ଶ୍ରୀ ବୃନ୍ଦାବନ ମହାକୁର ସମସ୍ତଙ୍କୁ ସ୍ବାଗତ ଭାଷଣ ଏବଂ ଶ୍ରୀମତୀ ସଂସ୍କୃତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟୁରୋ ମୁଖ୍ୟ ବିନୟ କୁମାର ନନ୍ଦ ପ୍ରତୀକ୍ଷା ନ୍ୟୁଜ୍)
