ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ରାଜନୈତିକ କର୍ମୀ ସଜେଇ ଦେଲା ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ
ତିର୍ତ୍ତୋଲ(ମାନସ କୁମାର ସୁତାର):- ଶିକ୍ଷକ ଶିକ୍ଷୟତ୍ରୀ ମାନେ ହେଉଛନ୍ତି ଏକ ସୁସ୍ଥ ସମାଜ ର ନିର୍ମାତା, ହେଲେ ପରିତାପର ବିଷୟ ମାନପତ୍ର, ଉତ୍ତରୀୟ ଏବଂ ମଧ୍ୟାହ୍ନ ଭୋଜନ ଦେଇ ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ ଆଜି ସେହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଏକ ପ୍ରକାର ଶାସକ ଦଳର କର୍ମୀ ସଜେଇବା ପାଇଁ ଏକ ଅପଚେଷ୍ଟା କରିଛି | କଥାକଥିତ ଜଣେ ସମାଜସେବୀ ନିଜ ଅଭିଳାଷ ପୁରଣ ନିମନ୍ତେ ସେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଂମ୍ମାନିତ କରେଇବା ଲୋଭ ଦେଖେଇ ଗୋଟିଏ ମଞ୍ଚ ତଳେ ଏକତ୍ରିତ କରି ଶାସକ ଦଳକୁ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି | ସୂଚନା ଅନୁସାରେ ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ ଏବଂ ଓଡିଶା ବେସରକାରୀ ବିଦ୍ୟାଳୟ ସଙ୍ଗଠନ ଜଗତସିଂହପୁର ର ମିଳିତ ଆନୁକୂଲ୍ୟରେ ଝଙ୍କଡ଼ବାସିନୀ ମା ଶାରଳା ଙ୍କ ପୀଠ ନିକଟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଏହି ଅବସରରେ ଆୟୋଜିତ ସଭାରେ ଜଗତସିଂହପୁର ସାଂସଦ ଡ଼ଃ. ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥିଭାବେ ଭାରତୀୟ ଜନତା ପାର୍ଟି ଜଗତସିଂହପୁର ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ ପୂର୍ବତନ ସମ୍ପାଦକ ରାଷ୍ଟ୍ରଦୀପ ତଥା ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ଚିତ୍ତ ରଞ୍ଜନ ମହାପାତ୍ର, ସଂମ୍ମାନିତ ଅତିଥିଭାବେ ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ ର ସଭାପତି ପ୍ରଫେସର ଅନିରୁଦ୍ଧ ମିଶ୍ର ଏବଂ ଜଗତସିଂହପୁର ଜିଲ୍ଲା ବେସରକାରୀ ଶିକ୍ଷକ ସଙ୍ଘ ର ସଭାପତି ଚିତ୍ତରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲା ବେଳେ ସ୍ୱତନ୍ତ୍ର ଅତିଥିଭାବେ ପରାମର୍ଶଦାତା ରାଞ୍ଚି ଓଡ଼ିଆ ଆସୋସିଏସନ ଝାଡ଼ଖଣ୍ଡ ଏବଂ ସୁରତ ଓଡ଼ିଆ ଆସୋସିଏସନ ଗୁଜୁରାଟ, ଆଶିଷ ଶତପଥି ଯୋଗ ଦେଇଥିଲେ | ଏଠି ବ୍ୟତିକ୍ରମ ଘଟଣା ଟି ହେଉଛି ଏହି କାର୍ଯ୍ୟକ୍ରମ ର ଆୟୋଜକ ହେଉଛନ୍ତି ଆଶିଷ ଶତପଥୀ, ଖାଲି ସେତିକି ନୁହେଁ ପରିଚାଳନା ଦାୟିତ୍ୱ ରେ ବିଜେପି ର କିଛି ମଣ୍ଡଳ ସଭାପତି ଏବଂ ଅନ୍ୟାନ କର୍ମକର୍ତ୍ତା | ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଥିଲା ଯେ ଆଶିଷ ବାବୁ କୁଆଡେ ଶାସକ ବିଜେପି ଦଳରେ ମିଶିବା ପାଇଁ ଏହି କାର୍ଯ୍ୟକ୍ରମ ର ଆୟୋଜକ ସାଜିଥିଲେ | ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ତରୀୟ ଦିଆ ଯାଇଥିଲା ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ହୋଇଥିଲା “ଲୋକଙ୍କ ସାଥି ଆଶିଷ ଶତପଥୀ” ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଉତ୍ତରୀୟ ପକାଇ ଚୁପ ହୋଇ ବସିଥିବା ବେଳେ କିଛି ଶିକ୍ଷକ ଶିକ୍ଷୟତ୍ରୀ ଏହାକୁ ନିରବ ବିରୋଧ କରିଥିଲେ ଏବଂ ନିଜ ନାମ ଗୋପନ ରଖିବା ସୂତ୍ରରେ ପ୍ରକାଶ କରିଥିଲେ ଯେ ଏହା ହେଉଛି ସମ୍ପୂର୍ଣ୍ଣ ବିଜେପି ର ସୁଚିନ୍ତିତ କାର୍ଯ୍ୟକ୍ରମ, ଏଠି ଏମିତି କୌଣସି ଦଳୀୟ କାର୍ଯ୍ୟକ୍ରମ ହେବ ଜାଣିଥିଲେ ଆମେ ଏଠାକୁ ଆସି ନଥାନ୍ତୁ | ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ମାନପତ୍ର ଉତ୍ତରୀୟ ସହିତ ଅରୁଆ ଡାଲମା ଭୋଜନ ଦେଇ ଦଳୀୟ କର୍ମୀ ସଜେଇବା ପାଇଁ ହେଉଥିବା ଏହି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା କରାଯାଉଥିବା ବେଳେ ଜଣେ ମାଲଦାର ପାର୍ଟି କୁ ନିଜ ଦଳକୁ ଆଣିପାରିଲେ କୌଣସି ପ୍ରକାର ଆର୍ଥିକ ଅଭାବ ରହିବନି ବୋଲି ବିଜେପି କର୍ମୀ ମାନେ ଆଶା ବାନ୍ଧି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା | ଅନ୍ୟପକ୍ଷରେ ରାଷ୍ଟ୍ରୀୟ ଶିକ୍ଷକ ମଞ୍ଚ ର ସଭାପତି ଡ଼ଃ ଜ୍ୟୋସ୍ନାରାଣୀ ନାୟକ ଉତ୍ସାହିତ ଯେ, ଶିକ୍ଷକ ମାନଙ୍କୁ କେହି କୌଣସି କାର୍ଯ୍ୟକ୍ରମ କୁ ଡାକୁ ନଥିବା ବେଳେ ଆଶିଷ ବାବୁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିମନ୍ତ୍ରଣ କରି ମାନପତ୍ର, ଉତ୍ତରୀୟ ଦେବା ସହିତ ଖାଦ୍ୟପେୟ ର ବ୍ୟବସ୍ଥା କରିଛନ୍ତି | ବାସ୍ତବରେ ଯିଏ ଯେଉଁ କର୍ମକ୍ଷେତ୍ର ତଥା ପଦପଦବୀ ରେ ଥାଆନ୍ତୁ ପଛେ ନିଜ ନିଜ ଗୁରୁ ମାନଙ୍କୁ ଶ୍ରଦ୍ଧା ଆଉ ଭକ୍ତି କରିଥାନ୍ତି ତାଠୁ ଅଧିକ ଆଉ ଗୁରୁ ମାନଙ୍କୁ କିଛି ଆଶାଥିବ ତାହା ଏକ ହାସ୍ୟାସ୍ପଦ ଘଟଣା | ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଦେଖିବାକୁ ବାକି ରହିଲା ଏହି କାର୍ଯ୍ୟକ୍ରମ ଶାସକ ଦଳ ପାଇଁ କେତେ ଫଳପ୍ରଦ ହେଉଛି |
