ଗର୍ଭ ବତୀ ମା, ର ଜତ୍ନ ଓ ଶିଶୁର ସୁରକ୍ଷା ଦେବା ସଂପର୍କରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଭା କକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି,
ଆୟୋଜିତ କାର୍ଯ୍ୟ କ୍ରମରେ ଓଡିଶାର R M N C H ର ସରୋଜ କୁମାର ପାଣି , DMRCH କିଶୋର ଚନ୍ଦ୍ର ଦାସ, ମେଡିକାଲ superintendent ପ୍ରଶାନ୍ତ କୁମାର ସାମନ୍ତରାୟ,PHEO ସଂଯୁକ୍ତା ପ୍ରଧାନ,BPM ଶିବ ନାରାୟଣ ନନ୍ଦ, ପ୍ରମୁଖ କର୍ମଚାରୀମାନେ ଯୋଗ ଦେଇ ଗର୍ଭବତୀ ମା, ର ଯତ୍ନ ଓ ଶିଶୁର ସୁରକ୍ଷା କିପରି ନିଆଯିବ ସେ ସଂପର୍କରେ ଉପସ୍ଥିତ ଥିବା “ସୂମନ “ସ୍ୱୋଛାସେବୀ ମାନଙ୍କୁ ଶିକ୍ଷା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶା “ସୁମନ” ସଂଯୋଜକ ଶ୍ରୀଧର ବେହେରା, ନିଷ୍ଠା ଜୋନର ସୂମନ ସଂଯୋଜୀକା କୌଶଲ୍ୟା ସାମଲ, ସମେତ ୩୪ ଟି ସ୍ଵାସ୍ଥ୍ୟ ଉପକେନ୍ଦ୍ରର” ସୁମନ”ସ୍ୱଚ୍ଛା ସେବୀମାନେ ଉପସ୍ଥିତ ଥିଲେ । ସେହିପରି ବାଙ୍ଗୁରିଗାଁ ସ୍ଵାସ୍ଥ୍ୟ କେନ୍ଦ୍ରରେ ମଧ୍ୟ “ସୁମନ” ଦିଦିମାନଙ୍କୁ ସ୍ଵାସ୍ଥ୍ୟ ସମସ୍ୟା ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଏଥିରେ ଓଡିଶା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସରୋଜ କୁମାର ପାଣି,BPM ଅମିତ୍ କୁମାର ଉପାଧ୍ୟାୟ,supervisor ଗଙ୍ଗାଧର ପଣ୍ଡା, ଡାକ୍ତର ସସ୍ମିତା ପଟ୍ଟନାୟକ, ଅଲିଭା ମହାନ୍ତି ପ୍ରମୁଖଙ୍କ ସମେତ ବହୁ ସୁମନ ଦିଦିମାନେ ଯୋଗ ଦେଇଥିଲେ । ଭୁବନେଶ୍ଵରରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ
