କଟକ ଜିଲ୍ଲା ଚୌଦ୍ୱାର ବାଣୀପଦା ସ୍ଥିତ ଉତ୍କଳ ଇଣ୍ଟରନ୍ଯାସନାଲ୍ ସ୍କୁଲର ସି.ବି.ଏସି ଦଶମ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ ଗଣେଶ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରିମାନେ। ଏହି ବିଦ୍ୟାଳୟ ରେ ୩୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ୮୦ ପ୍ରତିଶତ ରୁ ଅଧିକ ନମ୍ବର ରଖିଥିବାର ସୁଚନା ବିଦ୍ୟାଳୟ ର ପ୍ରତିଷ୍ଠାତା ଶ୍ରୀ ଗଣେଶ ବେହେରା ଦେଇଛନ୍ତି। ଆଜି ଏହି କାଯ୍ୟକ୍ରମ ରେ ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଂକୁ ଉତ୍ତରୀୟ ଓ ଫୁଲତୋଡ଼ା ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅଞ୍ଚଳର ଏକ ମାତ୍ର ବିଦ୍ୟାଳୟର ଯାହାର ସଫଳତା ଛାତ୍ରଛାତ୍ରୀ, ଶିକ୍ଷକ, ପିତା ଓ ମାତା ମାନେ ଶ୍ରେୟ ଦେଇଛନ୍ତି। ଏହି ବିଦ୍ୟାଳୟ ରେ ସବୁଠୁ ମୂଖ୍ୟ କଥା ହେଲା ବିଦ୍ୟାଳୟ ରେ ସମସ୍ତ ଛାତ୍ରଛାତ୍ରୀ ୫୦ ପ୍ରତିଶତ ରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୧୦୦ ପ୍ରତିଶତ ପାସ୍ ରେଜଲ୍ଟ ,ଏହି ବିଦ୍ୟାଳୟ ର ଶିକ୍ଷାଦାନକୁ ଅତି ଉଚ୍ଚ କୋଟିର ବୋଲି ସ୍ପଷ୍ଟ କରିଛି। ପିଲା ମାନଙ୍କ ଅଭିଭାବକ ପିଲାଙ୍କ ର ଆହୁରି ଟିକେ ଯତ୍ନ ନେବା ସହ ମୋବାଇଲ୍, ଟିଭି ରୁ ଦୂରେଇ ରଖିଥିଲେ ଆହୁରି ଭଲ ରେଜଲ୍ଟ ହୋଇ ପାରିଥାଆନ୍ତା ବୋଲି ସ୍କୁଲ ର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଏହି ରେଜଲ୍ଟ ବାହାରିବା ପରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ତଥା ଅଭିଭାକଙ୍କ ମଧ୍ୟରେ ବହୁତ୍ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିଲା। କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ
