ଅନିୟନ୍ତ୍ରିତ ମାଲ ପରିବହନ ପାଲଟିଛି କାଳ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ମାଇନ୍ସ ସେକ୍ସନ କଳମଙ୍ଗ ଗାଁରେ ଏକ ଦୁଃଖଦ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ କଳମଙ୍ଗ ଗାଁର ରଞ୍ଜିତ ନାମକ ଜଣେ ଯୁବକ ଘରକୁ ଫେରୁଥିବା ବେଳେ ଏକ ଅଜଣା ଭାରୀ ଯାନ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋଇଡ଼ା ମେଡିକାଲ ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଦିନରାତି ଚାଲୁଥିବା ବେପରୁଆ ଖଣିଜ ପରିବହନ ଯୋଗୁଁ ସାଧାରଣ ଜୀବନ ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ଗ୍ରାମବାସୀମାନେ ରାସ୍ତାରୋକ କରିଛନ୍ତି। ଘାତକ ଗାଡ଼ିକୁ ଜବତ କରିବା ସହ ପରିବହନ ଉପରେ କଡ଼ା କଟକଣା ଲଗାଇବାକୁ ଦାବି ହୋଇଛି।
କୋଇଡାରୁ ଡମୁ ପାତ୍ରଙ୍କ ରିପୋର୍ଟ, ପ୍ରତୀକ୍ଷା ନ୍ୟୁଜ।
