କାଳ ବୈଶାଖୀ ର ତାଣ୍ଡବ, ଉଡିଲା ଟିଣ ଛପର ଅଳ୍ପକେ ବର୍ତ୍ତିଲେ ମହିଳା। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କାମିଲୀଗୁଡା ଗାଁ ରେ। ଗାଁ ର ତିଳୋତମା ରଇତ ଅତି ଗରିବ ଶ୍ରେଣୀ ର ହୋଇଥିବା ବେଳେ ତାଙ୍କୁ ଆବାସ ଯୋଜନା ରେ ଘର ଖଣ୍ଡେ ମିଳି ପାରିନାହିଁ। ଏଣେ ତେଣେ କରି ଟିଣ ଛପର ପକାଇ ରହି ଆସୁଥିଲେ। ହେଲେ ଗତକାଲି ସନ୍ଧ୍ୟା ସମୟ ରେ କାଳ ବୈଶାଖୀ ର କରାଳ ରୂପ କାଳ ସାଜିଲା ତିଳୋତମା ଙ୍କୁ। ଘଡଘଡି ପବନ ସାଙ୍ଗକୁ କୁଆ ପଥର ବର୍ଷା ହୋଇ ଟିଣ ଛପର ଉଡାଇ ଦେଇଥିଲା। ଯାହା ଫଳରେ ଅଳ୍ପକେ ବର୍ତ୍ତୀ ଯାଇଥିଲେ ମହିଳା ଜଣକ। ଟିଣ ଛପର ଉଡାଇବା ଫଳରେ ଏବେ ଭଙ୍ଗା ଦଦରା ଘରେ ଜରି ପାଲ ପକାଇ ରହିବାକୁ ପଡୁଛି ତିଳୋତମା ଙ୍କୁ। ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ଆବାସ ଯୋଜନା ପାଇଁ ଗୁହାରି କରିଥିଲେ ମଧ୍ୟ ଆବାସ ଯୋଜନା ମିଳି ପାରିନାହିଁ। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତିଳୋତମା। ହେଲେ ଦେଖା ଯାଉ ଏହି ନିରୀହ ଆଦିବାସୀ ଏହି ମହିଳା ଙ୍କୁ ପ୍ରଶାସନ କେବେ ଆବାସ ଯୋଜନା ରେ ଘର ଖଣ୍ଡେ ଯୋଗାଇବେ ତାହା ଉପରେ ସମସ୍ତଙ୍କ ନଜର। ଗଜପତି ଜିଲ୍ଲା ରୁ ଜିତେନ୍ଦ୍ର କୁମାର ବେହେରା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
