ନୂଆଗାଁ ବ୍ଲକ ର ଗୁମି ପଞ୍ଚାୟତର ବରକୋଳା ଗ୍ରାମରେ ଆଜି ଘଟିଯାଇଛି ଏକ ହୃଦୟ ବିଦାରକ ମର୍ମତୁନ୍ଦ ଦୁଃଖଦ ଘଟଣା।
ବଣୁଆ ହାତୀ ପାଦତଳେ ଚାଲି ଯାଇଛି ମହିଳାଙ୍କ ଜୀବନ।
ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା ମହିପୁର ବନାଞ୍ଚଳ ର ଗୁମି ବନପାଳ ଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବରକୋଳା ଗାଁ ମଝିସାହିର ବିଧବା ମହିଳା ତିଳତମା ପ୍ରଧାନ ବୟସ ପ୍ରାୟ ୫୫ ବର୍ଷ, ସବୁଦିନ ଭଳି ଆଜି ମଧ୍ୟ ରତାଦେଇ ଜଙ୍ଗଲ ନିକଟ କାଜୁ ବଗିଚା କୁ କାଜୁ ଗୋଟାଇବା ପାଇଁ ଜାଈଥିବା ବେଳେ ବଣୁଆ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ।
ହାତୀ ଆକ୍ରମଣରେ ମୃତ ତିଳତ୍ତମା କାଜୁ ଗୋଟାଉଥିବା ସମୟରେ ବଣୁଆ ହାତୀଙ୍କ ହାବୁଡ଼ରେ ପଡ଼ିଥିଲେ,ହାତୀଙ୍କୁ ଦେଖି ମହିଳା ଜଣଙ୍କ ପଳାଇ ଆସୁଥିବା ବେଳେ,ତାଙ୍କ ପଛପଟୁ ଆସୁଥିବା ହାତୀ ଟି ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଟେକି ପାଦରେ ଦଳି ଦେଇଥିବାର ଜାଣିବାକୁ ମିଳିଛି।
ମୃତ ମହିଳା ତିଳତ୍ତମା ହାତୀ କବଳରୁ ଖସି ଆସିବା ପାଇଁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିବା ବେଳେ, ଗାଁର ଅନ୍ୟ କିଛି ମହିଳା କୌଣସି ମତେ ଖସି ଆସିଥିଲେ।
ଖବର ପାଇ ମହିପୁର ବନାଞ୍ଚଳ ଅଧିକାରୀ ଏସ.ଇ. ଏଫ୍ ଏମ୍ରିତ୍ କୁମାର ସାହୁ , ଗୁମି ବନପାଳ ପବିତ୍ର କୁମାର ପ୍ରଧାନ ସମେତ ଅନ୍ୟ ବନ ବିଭାଗ କର୍ମଚାରୀ ଏବଂ ବାହାଡ଼ାଝୋଲା ଫାଣ୍ଡି ଅଧିକାରୀ ଦେବରାଜ ମଲ୍ଲିକ ସଦଳ ବଳେ ପହଞ୍ଚି ପ୍ରାରମ୍ଭିକ ତଦନ୍ତ କରି,ଶବକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ,ତିଳତ୍ତମାଙ୍କ ମୃତ ଶରୀରକୁ ପରିବାର କୁ ହସ୍ତାନ୍ତର କରିଛନ୍ତି।
ହାତୀ ଆକ୍ରମଣରେ ମୃତ ଗରିବ ବିଧବା ତିଳତ୍ତମା ଙ୍କ ପରିବାରକୁ ବନ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀଘ୍ର ସମସ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।
ବଣୁଆ ହାତୀ ଫସଲ ନଷ୍ଟ କରିବା ସହ ଦିନକୁ ଦିନ ଅକ୍ରମଣାତ୍ମକ ହୋଇଉଠୁ ଥିବାର ଦେଖିବାକୁ ମିଳୁଛି।ଏଣୁ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଅଞ୍ଚଳ ର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।
ନୟାଗଡ଼ ଜିଲ୍ଲା ରୁ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ.
