ଢେଙ୍କାନାଳ ସଦର : ଟାଉନ ଥାନା ଗାୟତ୍ରୀ ନଗର ଏକ ବନ୍ଦ ଘର ମଧ୍ୟରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘର ମଧ୍ୟରେ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ପୋଲିସ ପହଞ୍ଚି ଉଦ୍ଧାର କରିଛି। ମୃତ ଯୁବତୀ ଜଣଙ୍କ ସଦର ଥାନା କୁରୁମ ଟାଙ୍ଗର ଗ୍ରାମର ଗିରିଷ ପ୍ରଧାନଙ୍କ ଝିଅ ଅବନ୍ତୀ ପ୍ରଧାନ ବୋଲି ଜଣାପଡିଛି। ସହରର ସାଇଶ୍ରୀ ହସପିଟାଲର ଜଣେ କର୍ମଚାରୀ ଭାବେ ୩ବର୍ଷ ହେବ ପାରା ମେଡିକାଲ ଷ୍ଟାଫ ଭାବେ କାର୍ଯ୍ୟ କରୁଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ୍
