ଓଡ଼ଗାଁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ସାଂଘାତିକ ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ପୋଲିସ ଆହୁରି ଜୋରଦାର କରିଛି। ଆଜି ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ‘କ୍ରାଇମ୍ ସିନ୍ ରିକ୍ରିଏସନ୍’ ବା ଡେମୋ ପ୍ରଦର୍ଶନ କରିଛି। ହତ୍ୟାକାଣ୍ଡ ପଛର ରହସ୍ୟ ଏବଂ ପ୍ରମାଣ ଯୋଗାଡ଼ କରିବା ଲକ୍ଷ୍ୟରେ ପୋଲିସ ଏହି ପଦକ୍ଷେପ ନେଇଛି।କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଭିଯୁକ୍ତଙ୍କୁ ସେହି ସ୍ଥାନକୁ ନିଆଯାଇଥିଲା, ଯେଉଁଠାରେ ହତ୍ୟାକାଣ୍ଡ ଘଟିଥିଲା।ଅଭିଯୁକ୍ତମାନେ କେଉଁ ସମୟରେ ଆସିଲେ, କିଭଳି ଭାବେ ଆକ୍ରମଣ କଲେ ଏବଂ ହତ୍ୟା ପରେ କେଉଁ ବାଟ ଦେଇ ଫେରାର ହେଲେ, ସେ ସମ୍ପର୍କରେ ସବିଶେଷ ତଥ୍ୟ ପୋଲିସ ସଂଗ୍ରହ କରିଛି। ଡେମୋ ସମୟରେ ଅଭିଯୁକ୍ତଙ୍କ ବୟାନ ଏବଂ ଘଟଣାସ୍ଥଳର ସ୍ଥିତିକୁ ମିଳାଇ ଦେଖାଯାଇଛି। ବ୍ୟବହୃତ ହୋଇଥିବା ମାରଣାସ୍ତ୍ର କିମ୍ବା ଅନ୍ୟାନ୍ୟ ସାମଗ୍ରୀ ବାବଦରେ ମଧ୍ୟ ପୋଲିସ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି।
ନୟାଗଡ଼ ଜିଲ୍ଲା ରୁ ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
