ରାଇରଙ୍ଗପୁର (ମୟୂରଭଞ୍ଜ) : ବେଆଇନ ପାର୍କିଂ ପାଇଁ ଜିଲ୍ଲାରେ ବଢୁଛି ସଡ଼କ ଦୁର୍ଘଟଣା। ୧୮ ନଂ ଜାତୀୟ ରାଜପଥ ବାଲେଶ୍ୱର ରୁ ମୟୂରଭଞ୍ଜ ଜିଲ୍ଲାର ବାରିପଦା ୧୮ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ବେଆଇନ ପାର୍କିଂ ପାଇଁ ଦୁର୍ଘଟଣା ବଢୁଥିବା ବେଳେ ଏ ଦିଗରେ ଆଖି ବୁଜି ଦେଇଛି ପ୍ରଶାସନ। ଯୋଉଁଥି ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଗଡ଼ଦେଉଳିଆ ଛକ ନିକଟରେ ଘଟି ଯାଇଛି ଭୟଙ୍କର ସଡ଼କ ଦୁର୍ଘଟଣା l ଦୁର୍ଘଟଣାରେ ମୟୁରଭଞ୍ଜ ଜିଲ୍ଲା ପୂର୍ବତନ ଜିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଉପାଧକ୍ଷା ତଥା ଗଡ଼ଦେଉଳିଆ ପେଟ୍ରୋଲ ପମ୍ପର ମାଲିକାଣୀ କମଳା ତିରିଆ ଆହତ ହୋଇଥିବା ବେଳେ ତାଙ୍କ ସାନ ପୁଅ ଅଭିଷେକ ତିରିଆ ଗୁରୁତର ଆହତ ହୋଇଛନ୍ତି। ଏଥି ସହିତ ଅଭିଷେକ ଙ୍କ ସ୍ତ୍ରୀ ଗର୍ଭବତୀ ଥିବାବେଳେ ଏହି ଦୁର୍ଘଟଣା ରେ ତାଙ୍କର ମୃତ୍ୟୁ ଘଟିଛି।ସମସ୍ତଙ୍କୁ ବାଲେଶ୍ଵର ଜିଲ୍ଲାର ରେମୁଣା ମେଡିକାଲ କଲେଜ ପ୍ରାଥମିକ ଚିକିତ୍ସା ପାଇଁ ନିଆ ଯାଇଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି l ସୂଚନା ଅନୁଯାୟୀ , କମଳା ତିରିଆ ସାନ ପୁଅ ଓ ବୋହୁଙ୍କ ସହିତ ତାଙ୍କ କାର (ନଂ OD11AA-8181)ରେ ଭୁବନେଶ୍ୱରରୁ ମେଡିକାଲ ଚେକ ଅପ କରି ବାରିପଦା ଫେରୁଥିବା ସମୟରେ ରାତି ପ୍ରାୟ ୧୧. ୩୦ ସମୟରେ ବାଲେଶ୍ୱର ରୁ ବୈଶିଙ୍ଗା ୧୮ ନଂ ଜାତୀୟ ରାଜପଥ ଗଡ଼ଦେଉଳିଆ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରଲର ପଛ ପଟୁ ତାଙ୍କ ଗାଡି ଧକ୍କା ଦେଇଥିଲା। ଫଳରେ ଗାଡି ଟି ଭାରସ୍ୟାମ ହରାଇ ଡ଼ିଭାଇଡ଼ର ରେ ପିଟି ହୋଇଥିଲା l ତେବେ କାର ଚଳାଉଥିବା ତାଙ୍କ ପୁଅ ଅଭିଷେକ ଓ ସମ୍ମୁଖରେ ବସିଥିବା ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହୋଇଥିବାବେଳେ କମଳା ତିରିଆ ମଧ୍ୟ ଗୁରୁତର ଆହତ ହୋଇଥିଲେ l ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ରେମୁଣା ମେଡିକାଲ କଲେଜକୁ ପଠାଇଥିଲେ। ତେବେ ଅଭିଷେକ ଙ୍କ ସ୍ତ୍ରୀ ଙ୍କ ମେଡିକାଲ ରେ ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଦୁଇ ଜଣଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି। ଘଟଣା ସ୍ଥଳରେ ବୈଶିଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ତେବେ ଏହି ସ୍ଥାନରେ ଜାତୀୟ ରାଜପଥ ଉପରେ ପ୍ରାୟ ସମୟରେ ବେଆଇନ ଭାବେ ମାଳ ମାଳ ଟ୍ରକ ଛିଡା ହୋଇ ରହୁଥିବାବେଳେ ପୁର୍ବରୁ ମଧ୍ୟ ଏକାଧିକ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହୋଇଛି l
