ପାରାଦୀପ ଜଗନ୍ନାଥ୍ ଟ୍ରକ ମାଲିକ ସଂଘ ୨୦୨୬ ରୁ ୨୮ ବର୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବା ବେଳେ ଆଜି ତାହା ସମାପ୍ତ ହୋଇଛି l ଏଥିରେ ଦୁଇଟି ପ୍ୟାନେଲ ଛଅ ଜଣ ଲେଖା ସଦସ୍ୟ ପ୍ରତି ଦୋନ୍ଦିତା କରୁଥିବା ବେଳେ ଉଭୟ ପକ୍ଷରୁ ତିନି ତିନି ଜଣ ଜିତିଥିବା ଜଣା ଯାଇଛି l ପ୍ରଥମ ପକ୍ଷର ସଭାପତି ପ୍ରଥୀଙ୍କ ଠାରୁ ଦ୍ୱିତୀୟ ପକ୍ଷର ସଭାପତି ପ୍ରାଥୀ ଗୌତମ ନାୟକ ୧୭ ଖଣ୍ଡ ଭୋଟରେ ବିଜୟୀ ହେଇଥିବା ବେଳେ, ପ୍ରଥମ ପକ୍ଷର ଉପସଭାପତି ପ୍ରାର୍ଥୀଙ୍କ ଠାରୁ ଦ୍ୱିତୀୟ ପକ୍ଷର ଉପସଭାପତି ପ୍ରାର୍ଥୀ ଭଗବାନ ସ୍ୱାଇଁ ୪୦ ଖଣ୍ଡ ଭୋଟରେ ବିଜୟୀ ଘୋଷିତ ହୋଇଛନ୍ତି, ଏଥିସହ ପ୍ରଥମ ପକ୍ଷର ଶହ ସମ୍ପାଦକ ପ୍ରାର୍ଥୀଙ୍କ ଠାରୁ ଦ୍ୱିତୀୟ ପକ୍ଷର ଶହ ସମ୍ପାଦକ ପ୍ରାର୍ଥୀ ମନୋଜ କୁମାର ବିଶ୍ଵାଳ ୩୩ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିବା ଜଣା ଯାଇଛି l ଏହିତିନି ଜଣ ବିଜୟ ପ୍ରାର୍ଥୀ ମାନଙ୍କୁ ଜଗନ୍ନାଥ୍ ଟ୍ରକ ମାଲିକ ବହୁ ଭୋଟର ଭାଇ ଭଉଣି ମାନଙ୍କ ତରଫରୁ ବାଣ ଫୁଟାଇବା ଶହ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିବା ଦେଖିବାକୁ ମିଳିଛି l ପାରାଦ୍ଵୀପ ରୁ ସଞ୍ଜୟ ଜେନା ଙ୍କ ରିପୋର୍ଟ ପ୍ରତୀକ୍ଷା news
