ଅପରାଧୀମାନଙ୍କର ଓଡ଼ିଶା ରେ ସ୍ଥାନ ନାହିଁ। ସମ୍ପୂର୍ଣ୍ଣ ଅପରାଧ ମୁକ୍ତ ହେବ ଓଡ଼ିଶା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ତଥା ଭାରତୀୟ ପୋଲିସ୍ ସେବା ର ଜଣେ ଦକ୍ଷ ପୋଲିସ୍ ଅଧିକାରୀ ଶ୍ରୀ ଓ୍ବାଇ.ବି.ଖୁରାନିଆ। ସଂପ୍ରତି ବାଲିଅନ୍ତା ଘଟଣା ରେ ଓଡ଼ିଶା ପୋଲିସ୍ ବିଭାଗ ର ଜଣେ କନେଷ୍ଟବଳଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଏବଂ ପରେ ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘଟୁଥିବା ହତ୍ୟାକାଣ୍ଡ ଓ ବିଭିନ୍ନ ଅପରାଧ କୁ ନେଇ ଓଡ଼ିଶା ପୋଲିସ୍ ଚିନ୍ତାରେ ଥିବା ବେଳେ ଏବଂ ଓଡ଼ିଶା ପୋଲିସ୍ ଅପରାଧକୁ ନେଇ ବଦନାମ ହେଉଥିବା ବେଳେ ଓଡ଼ିଶା ପୋଲିସ୍ ମହାନିର୍ଦ୍ଦେଶକ ଓଡ଼ିଶା ର ଜନସାଧାରଣଙ୍କର ଓ ପୋଲିସ୍ ବିଭାଗର ସୁରକ୍ଷା କୁ ନେଇ ଗୋଟିଏ ପରେ ଗୋଟିଏ ନିୟମ କୁ କାର୍ଯ୍ୟକାରୀ କରିବାକୁ ଓଡ଼ିଶାର ପୋଲିସ୍ ବିଭାଗ କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମେ ଜୁଭେଣ୍ଟିକା,ବ୍ରିଫିଂ ପ୍ୟାରେଡ୍ ଓ ପରେ ପରେ ମକ୍ ଡ୍ରିଲ୍। ଓଡ଼ିଶା ର ପ୍ରତ୍ୟେକ ଥାନା ରେ ପଡିରହିଥିବା ଗିରଫ ପରୱାନା କୁ କାର୍ଯ୍ୟକାରୀ କରିବା ସହ, ସନ୍ଦେହ ବ୍ୟକ୍ତିଙ୍କୁ ଗିରଫ କରିବା ଓ ଯଦି ଆବଶ୍ୟକ ପଡ଼େ ତେବେ କାଉଣ୍ଟର ଫାୟାରିଂ ର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଏହି ନିର୍ଦ୍ଦେଶ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଅପରାଧୀ ମହଲରେ ଆତଙ୍କ ଖେଳିଯାଇଛି। ଆଜି ଏହି ମକ୍ ଡ୍ରିଲ୍ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ କଟକ କମିଶନରେଟ୍ ପୋଲିସ୍ ର ଜୋନ୍ -୫ ର ସହକାରୀ ଉପ-ଆୟୁକ୍ତ ଶ୍ରୀ ସୁଧାଂଶୁ ଜେନା(ଓ.ପୋ.ସେ) ଙ୍କ ନିର୍ଦ୍ଦେଶକ୍ରମେ କଟକ ଚାଉଳିଆଗଞ୍ଜ ଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷିକା ଶ୍ରୀମତୀ ବିଉଟି ମହାନ୍ତି ଙ୍କ ନେତୃତ୍ୱରେ ନୂଆ ବଜାର ଛକ ଠାରେ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହଠାତ୍ ଚଢାଉ କରାଯିବା ସହ, ଅପରାଧୀମାନଙ୍କୁ ସହଜରେ ଗିରଫ କରିବା ଏବଂ ଅସାମାଜିକଙ୍କ ପ୍ରାଦୁର୍ଭାବକୁ ଦୃଢ଼ତାର ସହ ମୁକାବିଲା କରିବା ର ନମୁନା ସର୍ବସାଧାରଣ ରେ କରି କଟକ କୁ ଅପରାଧ ମୁକ୍ତ କରିବା ର ପ୍ରଚେଷ୍ଟା ବୋଲି ସହକାରୀ ଉପ-ଆୟୁକ୍ତ ଶ୍ରୀ ଜେନା ପ୍ରକାଶ କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି। କଟକରୁ ବିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ
