ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ସୀତାରାମ ଛକ ସ୍ଥିତ ବିଦେଶୀ ଠିପିବନ୍ଦ ମଦ ଦୋକାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ବିରୋଧ ଦେଖାଦେଇଛି। ଆଜି ସ୍ଥାନୀୟ ମହିଳାମାନେ ଓ ବଜାର କମିଟିର ସଦସ୍ୟମାନେ ମଦ ଦୋକାନ ସମ୍ମୁଖରେ ଧାରଣାରେ ବସି ଆନ୍ଦୋଳନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତକାଲି ମଦ ଦୋକାନ ଖୋଲାଯିବାକୁ ନେଇ ସ୍ଥାନୀୟ ଲୋକମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଆପତ୍ତି ଜଣାଇଥିଲେ। ଜିଲ୍ଲାପାଳ ଘଟଣାର ତଦନ୍ତ ପରେ ଦୋକାନ ଖୋଲିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସତ୍ତ୍ୱେ, ତଦନ୍ତ ପୂର୍ବରୁ ଦୋକାନ ଖୋଲାଯାଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏହାଛଡ଼ା, ମଦ ଦୋକାନ ନିକଟରେ ପ୍ରାୟ ଶହେ ବର୍ଷ ପୁରୁଣା ଶିବ ମନ୍ଦିର ରହିଥିବା ବେଳେ ପ୍ରତିଦିନ ବହୁ ସଂଖ୍ୟାରେ ମହିଳା ଓ ଭକ୍ତମାନେ ପୂଜାର୍ଚ୍ଚନା ପାଇଁ ସେଠାକୁ ଆସୁଥାନ୍ତି। ଏପରି ସ୍ଥାନରେ ମଦ ଦୋକାନ ରହିବା ଅନୁଚିତ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।ମଦ ଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ଆନ୍ଦୋଳନ ଜାରି ରହିଥିବା ବେଳେ, ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଘଟଣାସ୍ଥଳରେ ଜଟଣୀ ପୋଲିସ ମୁତୟନ ରହିଛି।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ରଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
