ଢେଙ୍କାନାଳ ସଦର : (ଗୋକୁଳାନନ୍ଦ ବେହେରା )ଢେଙ୍କାନାଳ ପରିବହନ ବିଭାଗ ପକ୍ଷରୁ ଗାଡ଼ି ମଟର ଯଞ୍ଚ ଆରମ୍ଭ ହୋଇଛି। ଗତ ୫ ତାରିଖଠାରୁ ପରିବହନ କ୍ଷେତ୍ରରେ ଥିବା ବସ୍,ଟ୍ରକ୍ ଆଦି ଯଞ୍ଚ କରାଯାଉଛି। ଦୁଇ ଦିନରେ ୮୧ଟି ଗାଡ଼ିରୁ ୭ ଲକ୍ଷ ୮୦ ହଜାର ୫୯୯ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ୧୧ଟି ଗାଡ଼ିକୁ ଜବତ କରାଯାଇଛି। ଏଥିମଧ୍ୟରେ ଗୋଟିଏ ସ୍କୁଲ ବସ୍ର ଫିଟ୍ନେସ୍ ନଥିବାରୁ ପ୍ରାୟ ୩୦ ହଜାର ଟଙ୍କା ଜରିମାନା କରାଯିବା ସହ ବସ୍କୁ ଜବତ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଜୋରଦାର୍ ଯାଞ୍ଚ କରାଯାଉଛି। ବିଶେଷକରି ପଲ୍ୟୁସନ ଓ ଫିଟ୍ନେସ୍କୁ ଗୁରୁତ୍ବ ଦିଆଯାଉଛି। ଏଥିସହ ଅନ୍ୟନ୍ୟ ଆବଶ୍ୟକୀୟ କାଗଜପତ୍ର ପତ୍ର ନଥିଲେ ଜରିମାନା ଆଦାୟ ହେଉଛି। ଦୁର୍ଘଟଣାମୁକ୍ତ ଓ ସୁରକ୍ଷିତ ଯାତ୍ରା ପାଇଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ନିୟମିତ ଚାଲିବ ବୋଲି ଢେଙ୍କାନାଳ ପରିବହନ ଅଧିକାରୀ ଶୁଭାଶିଷ ସାହୁ କହିଛନ୍ତି।
