ବରଗଡ଼/ ପଦ୍ମପୁର :– ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଖଲିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେୱାନ ଡିହି ଗ୍ରାମ ସ୍ଥିତ ଉଭା ଶିବ ମନ୍ଦିର ଠାରେ ଏକ ମାସ ଯାଏ ବିଶ୍ୱ କଲ୍ୟାଣ ସକାଶେ ଶ୍ରାବଣୀ ମହୋତ୍ସବ ଆରମ୍ଭ ହୋଇଛି । ଉକ୍ତ ମହୋତ୍ସବ ରେ ପ୍ରତିଦିନ ନୂଆ ନୂଆ ପୁଜାକର୍ତ୍ତା ମାନେ ବସିବାର ସୁଯୋଗ ଅଛି । ଏଣୁ ସମସ୍ତ ଶ୍ରଦ୍ଧାଳୁ ମାନେ ଏହି ମହୋତ୍ସବ ରେ ଯୋଗ ଦେଇ ଶିବାକୃପା ଲାଭ କରିବେ । ଏଥିପାଇଁ ମନ୍ଦିର ପୂଜା କମିଟି ତଥା ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ଆଶୁତୋଷ ପାଣିଗ୍ରାହୀ, ହେମେନ୍ତ ଷଡ଼ଙ୍ଗୀ, ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଙ୍କ ତରଫରୁ ଯେଉଁ ଶ୍ରଦ୍ଧାଳୁ ନିଜ ତଥା ନିଜ ପରିବାର ର ରିଷ୍ଟ ଶାନ୍ତି ସକାଶେ ଯଜମାନ ହେବାପାଇଁ ଇଚ୍ଛୁକ ସେମାନେ ଯୋଗାଯୋଗ କରିପାରିବେ ବୋଲି ସୂଚିତ କରାଯାଇଛି ।
ବରଗଡ଼ ରୁ ଫକୀର ରଣା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ୍ ।
