ପ୍ରଶାସନ କଲା ନାହିଁ ରାସ୍ତା ମରାମତି RSS ପିଲେ ମିଶି ମରାମତି କଲେ, ଗଞ୍ଜମ୍ ଜିଲ୍ଲା ର ତପ୍ତପାଣି କୁ ମହାମହିମ ରାଷ୍ଟ୍ରପତି ଆସୁଥିବାରୁ ବ୍ରହ୍ମପୁର ଠାରୁ ତପ୍ତପାଣି ପର୍ଯ୍ୟନ୍ତ ରାସ୍ତା ଚକାଚକ କରି ଦୁଇ ପାର୍ଶ୍ୱ କୁ ଲତା କୁ ସଫେଇ କରାଯାଇଛି l NH 326 ଜାତୀୟ ରାଜପଥ ଯାହାକି ଗଞ୍ଜମ୍ ରୁ ଗଜପତି ସଂଯୋଗ ହଇଛି, ମାଣିକପୁର୍ ହନୁମାନ ମନ୍ଦିର ନିକଟରେ ଦିର୍ଘ ଦିନ ଧରି ଏକ ଗାତ ହୋଇଛି, ସେଠାରେ ଦୁର୍ଘଟଣା ମଧ୍ଯ ଘଟିଛି କିନ୍ତୁ ପ୍ରଶାସନ ଚୁପ୍, ତେଣୁ ବାଧ୍ୟ ହୋଇ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ଵୟଂସେବକ ମାନେ ନିଜ ର ଟଙ୍କା ରେ ସିମେଣ୍ଟ କଂକ୍ରିଟ ପକାଇ ରାସ୍ତା କାମ କରିଥିବା ଦେଖିବାକୁ ମିଳିଛି l ଏହି କାର୍ଯ୍ୟ ପାଇଁ ସ୍ଵୟଂସେବକ ମାନଙ୍କୁ ଅନେକ୍ ଶୁଭେଚ୍ଛା ମିଳିଛି l ସେ ପିଲା ଙ୍କ କାର୍ଯ୍ୟ ଫୋଟ ବର୍ତମାନ ସ୍ପେଶିଆଲ ମିଡିଆ ରେ ଭାଇରାଲ୍ ହେବାରେ ଲାଗିଛି, ଗଜପତି ଜିଲ୍ଲା ରୁ ଜିତେନ୍ଦ୍ର କୁମାର ବେହେରା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
