ବରଗଡ଼:– ବରଗଡ଼ ଜିଲ୍ଲା ସଦର ବୀର ସୁରେନ୍ଦ୍ର ସାଏ ଛକ ଠାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ର ଅଂଶ ସ୍ୱରୂପ ଏକ ବିଶାଲ ତ୍ରିରଙ୍ଗା ରାଳି ର ଆୟୋଜନ କରାଯାଇଥିଲା । ଏଥିରେ ବରଗଡ଼ ବିଧାୟକ ଅଶ୍ୱନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ରନାଥ ସତପଥୀ ଆଦି ମୁଖ୍ୟ ତଥା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ମଧୁ ଛନ୍ଦା ସାହୁ, ଉପ ଜିଲ୍ଲାପାଳ ପ୍ରସନ୍ନ ପାଣ୍ଡେ, ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ୧୫୦୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ, ଏନ୍ ସି ସି, ସ୍କାଉଟ, ଗାଇଡ କ୍ୟାଡେଟ, ସ୍ବେଛାସେବୀ ଓ ଶହ ଶହ ଜନ ସାଧାରଣ ସାମିଲ ଥିଲେ । ଏହି ଅଭିଯାନ ନାଗରିକ ମାନଙ୍କ ମନରେ ଜାତୀୟ ପତାକା ପ୍ରତି ସମ୍ମାନ, ଦେଶ ପ୍ରେମ, ଜାତୀୟ ଏକତାର ଭାବନା କୁ ସୁଦୃଢ଼ କରିବା ସହ ଭାରତୀୟ ସାଂସ୍କୃତିକ ଐତିହ୍ୟ ପ୍ରତି ଗର୍ବ ବୋଧ କରା ଯାଇଥିବା ସହ ନିଜ ନିଜର କର୍ତ୍ତବ୍ୟ କୁ ମନେ ପକାଇ ଦେଉଛି
ବରଗଡ଼ ରୁ ଫକୀର ରଣା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ୍।
