ଖୋର୍ଦ୍ଧା: ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୯୮୦ ମସିହା ମେଟ୍ରିକ୍ ଛାତ୍ରଙ୍କ ପକ୍ଷରୁ ବି ଜେ ବି ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଗୁରୁଦିବସ ଅବସରରେ ଗୁରୁ ବନ୍ଦନା ଉତ୍ସବ ୨୦୨୬ ମହାଆଡମ୍ବର ସହ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ୧୯୮୦ ବ୍ୟାଚ ଛାତ୍ରଙ୍କ ପକ୍ଷରୁ ଧୀରେନ୍ଦ୍ର ମିଶ୍ରଙ୍କ ନିର୍ଦ୍ଦେଶନାରେ ଆୟୋଜିତ କରାଯାଇଥିଲା। ଏହାକୁ ପରିଚାଳନା କରିଥିଲେ ଧବଳେଶ୍ଵର ଆଚାର୍ଯ୍ୟ, ସୂର୍ଯ୍ୟ ପ୍ରସାଦ ପତି, ନାରାୟଣ ଦୋରା, କାଳୁ ସାହୁ, ବିଜୟ ମହାପାତ୍ର, ଲଳିତ ସ୍ୱାଇଁ, ତପୁ ମହାନ୍ତି, ପ୍ରଭାତ ରାଉତରାୟ, ସୟଦ ଅନସର ଅଲ୍ଲୀ, ଭାବେସ ତ୍ରିପାଠୀ, ସୁବାସ ପତ୍ର ପ୍ରମୁଖ ସହଯୋଗ କରିଥିଲେ। ଅତିଥି ରୂପେ ବି ଜେ ବି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଯୋତିର୍ମୟୀ ପ୍ରିୟଦର୍ଶିନୀ ପଣ୍ଡା ଯୋଗ ଦେଇଥିଲେ। ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ କରି ଏହି ଗୁରୁ ବନ୍ଦନା ଉତ୍ସବକୁ ନିମନ୍ତ୍ରିତ କରି ତାଙ୍କୁ ପାଛୋଟି ଆଣି ଗୁରୁ ବନ୍ଦନା ଉତ୍ସବରେ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନନିତ ସହ ସମ୍ବର୍ଦ୍ଧନା କରାଯାଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଶ୍ରୀ ଶ୍ରୀକୃଷ୍ଣ ମିଶ୍ର , ଶ୍ରୀ କୃଷ୍ଣ ଚନ୍ଦ୍ର ବାହିନୀପତି, ଶ୍ରୀ କିଶୋର ଚନ୍ଦ୍ର ଦାଶ, ଶ୍ରୀ ଦୟାନିଧି ସାହୁ, ଶ୍ରୀ ଗଙ୍ଗାଧର ପୃଷ୍ଟି, ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ ଓ ଶ୍ରୀମତୀ ଆରତୀ ରଥଙ୍କୁ ଆମ ଗହଣରେ ପାଇ ଅତି ଆନନ୍ଦ ସହକାରେ ଏହି ଉତ୍ସବକୁ ପାଳନ କରାଯାଇଥିଲା। ପ୍ରଥମେ ଯେଉଁ ଶିକ୍ଷକ ଓ ଛାତ୍ରବନ୍ଧୁ ଆମକୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଆମ ଗହଣରେ ଆଉ ନାହାନ୍ତି ତାଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ପ୍ରଦୀପ ପ୍ରଚଳନ କରାଯାଇ ସ୍ବାଗତ ଭାଷଣ ଦେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପରିଚୟ ପ୍ରଦାନ କରାଯାଇଥିଲା। ଏହାପରେ ସମ୍ବର୍ଦ୍ଧିତ କାର୍ଯ୍ୟ କ୍ରମପରେ କିଛି ଛାତ୍ରମାନେ ସ୍କୁଲ ମଧ୍ୟରେ ବିତିଥିବା ଅତୀତ କଥାକୁ ବଖାଣି ଥିଲେ ପରେ ଗୁରୁଜି ମାନେ କିପରି ଛାତ୍ର ମାନଙ୍କୁ ଶିକ୍ଷା ଦାନ କରିଥିଲେ ତାହା ନିଜ ବକ୍ତବ୍ୟରେ ଛାତ୍ରଙ୍କ ସହ ବିତିଥିବା ସମୟ ବିଷୟରେ ଉପଦେଶ ଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ର ଯୋଗଦେଇ ଆନନ୍ଦ ଉଲାସ ସହ ସହଯୋଗ କରିଥିଲେ।
