ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଝାମି ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପକ୍କା ରାସ୍ତା, ଷ୍ଟ୍ରିଟ୍ ଲାଇଟ୍ ଓ ଉନ୍ନତ ଗମନାଗମନ ବ୍ୟବସ୍ଥା ଦାବି ରହିଥିବା ବେଳେ ଏନେଇ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଡମ୍ପିଂ ୟାର୍ଡରୁ ଝାମି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଦୀର୍ଘଦିନ ଧରି ଶୋଚନୀୟ ଅବସ୍ଥାରେ ରହିଛି। ବର୍ଷା ହେଲେ ରାସ୍ତାରେ କାଦୁଅ ଓ ନାଳପାଣି ଜମି ଯାଉଥିବାରୁ ଯାତାୟାତ ଦୁର୍ବିଷହ ହୋଇପଡ଼ୁଛି। ରାସ୍ତାରେ ଥିବା ଖାଲଖମା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହୁଛି। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ଯାତ୍ରୀଙ୍କ ଉପରେ ପଡ଼ୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସନ୍ଧ୍ୟା ପରେ ରାସ୍ତା ଅନ୍ଧାରରେ ରହୁଥିବାରୁ ଯାତାୟାତରେ ଅସୁବିଧା ସହ ନିରାପତ୍ତା ସମସ୍ୟା ମଧ୍ୟ ରହିଛି। ତେଣୁ ଡମ୍ପିଂ ୟାର୍ଡରୁ ଝାମି ଗ୍ରାମ ପର୍ଯ୍ୟନ୍ତ ପକ୍କା ପିଚୁ ରାସ୍ତା ନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଏବଂ ଆବଶ୍ୟକ ବିଦ୍ୟୁତୀକରଣ କାର୍ଯ୍ୟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ତମ ଗୁରୁତ୍ୱ ଦେଇ ଶୀଘ୍ର ପଦକ୍ଷେପ ନେବ ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି।
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ଯୁଜ୍
