ଦୀର୍ଘ ୧୫ ଦିନ ଧରି ଘରୁ ନିଖୋଜ ହୋଇ ଭୋକ ଉପାସରେ ବୁଲୁ ଥିବା ଜଣେ ଅସହାୟ ବ୍ୟକ୍ତିକୁ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଦେଉଳିଧଳପୁର ଗ୍ରାମର ଗ୍ରାମବାସି ଆଜି ଉଦ୍ଧାର କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିବା ଘଟଣାର ଏପରି ମହତ୍ କାର୍ଯ୍ୟକୁ ନେଇ ସଂପୃକ୍ତ ଯୁବ ଗୋଷ୍ଠୀ , ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗତ ବୁଧବାର ସନ୍ଧ୍ୟା ସମୟରେ ଦେଉଳିଧଳପୁର ଗ୍ରାମ ନିକଟରେ ଏକ ମାନସିକ ଆକ୍ରାନ୍ତ ବେକ୍ତି ଜଣକ ପଂହଁଚି ଭୋକ ଉପାସରେ ଆଉଟୁପାଉଟୁ ହେଉଥିବା ସମୟରେ ଦେଉଳିଧଳପୁର ଗ୍ରାମର ଯୁବ ସମାଜ ସେବି ଆଶୁତୋଷ ଜେନା ଓ ସୁଶାନ୍ତ ଜେନା ପ୍ରମୁଖ ଦେଖି ମାନସିକ ରୋଗୀକୁ ଡାକି ଖାଇବାକୁ ଦେଇଥିଲେ., ଖାଇସାରିବା ପରେ ସେହି ଲୋକଟିକୁ ତାଙ୍କ ଘର କେଉଁଠି ବୋଲି ପଚାରିବାରୁ
ବହୁତ ସମୟ ପରେ ସେ ନିଜ ନାମ ବଇଁଶୀଧର ସାହୁ ଗାଁ ନାମ ଦୁହିଡି, ଧାମନଗର ଓ ପୁଅ ଜିତୁ ସାହୁ ବୋଲି କହିବା ପରେ ଆଶୁତୋଷ ୧୧୨ ସହିତ ଯୋଗାଯୋଗ କରିଥିଲେ. ମଧ୍ଯ କିଛି ସହଯୋଗର ସୁଫଳ ମିଳି ନଥିଲା । ଯୁବକ ସୁଶାନ୍ତ ଜେନା ବିଶେଷ ସୂତ୍ରରୁ ଖବର ପାଇ ତାଙ୍କ ପରିବାରର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ ।
ପୁଅ ଜିତୁ ସାହୁ ଦେଉଳିଧରପୁର ଗ୍ରାମରେ ଆସି ପହଞ୍ଚି ଥିଲେ ଏବଂ ଦୀର୍ଘ ୧୫ ଦିନ ଧରି ନିଖୋଜ ଥିବା ନିଜର ବାପାଙ୍କୁ ପାଇ କାନ୍ଦି କାନ୍ଦି ଆତ୍ମହରା ହୋଇପଡିଥିଲେ ।
ତାଙ୍କ ବାପା ଦୀର୍ଘ ୧୫ ବର୍ଷ ଧରି ଏ ଭଳି ମସ୍ତିସ୍କ ରୋଗରେ ଆକ୍ରାନ୍ତ ଅଛନ୍ତି । ତାଙ୍କ ବାପା ୧୫ ଦିନ ହେବ ଭୁବନେଶ୍ଵରର ପଟିଆସ୍ଥିତ ନିଜ ଝିଅ ଘରୁ ନିକଟସ୍ଥ ଦୋକାନକୁ ଆସି ଆଉ ଘରକୁ ଫେରି ନ ଥିଲେ ।
ପୁଅ ବାପାଙ୍କୁ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ । ଏବେ
ସେ ତାଙ୍କ ବାପାଙ୍କୁ ପାଇ ବହୁ ଖୁସି ହେବା ସହିତ ଦେଉଳିଧଳପୁରର ଗ୍ରାମବାସୀ ଓ ଆଶୁତୋଷ. ଯୋଗିଆଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯୁବକମାନଙ୍କର ଏପରି ମହତ ପୂର୍ଣ୍ଣ କାର୍ଯ୍ୟକୁ ସବୁଠି ପ୍ରଶଂସା କରାଯାଇଛି।
ଭୁବନେଶ୍ୱରରୁ ଵିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁ
