ଲଇକେରା,୧୯/୯:ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାହାସପୁର ଠାରେ ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ନାଏକଙ୍କୁ ଉପଢୈାକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟୀ ଚେୟାରପରସନ ଶିବୁ ନାଏକଙ୍କ ସଭାପତିତ୍ତ୍ୱରେ ସ୍ୱାଗତ ସଭା କରାଯାଇଥିଲା ।ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ପଟେଲ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଡିଲେଶ୍ୱର ପଟେଲ,ଚେତନା ନାଏକ,ଜୟକୁମାରୀ ଭୋଇ,ଅଲିଶା ପଟେଲ,ରିତା ଲେହେରୀ, ହର୍ଷ ବର୍ଦ୍ଧନ ପଟେଲ ଯୋଗଦାନ ଦେଇଥିଲେ ।ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜାହ୍ନବୀ ନାଏକ ସମସ୍ତଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ଓ ଲିପିକାରାନୀ ମାଝୀ ସଭା ସଂଯୋଜନା କରିଥିଲେ ।ସ୍ୱାଗତ ସଭା ପରେ ପରେ ଏକ ସାମୁହିକ ସଫେଇ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ସମସ୍ତ ଏସ୍ ଏମ୍ ସି ସଭ୍ୟସଭ୍ୟା,ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଯୋଗଦାନ କରି ସ୍କୁଲ ସମ୍ମୁଖ ଭାଗ ସଫେଇ କରିଥିବାବେଳେ ଶେଷରେ ସହକାରୀ ଶିକ୍ଷକ ରାଜେଶ ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
