ଖୋର୍ଦ୍ଧା: NH-16ର ତୋଟାପଡ଼ା ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ ଆନ୍ଧ୍ରପ୍ରଦେଶର ଟ୍ରକ୍ ଆଗରେ ଯାଉଥିବା ଟ୍ରଲରକୁ ପଛପଟୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ ଟ୍ରକ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାରେ ଟ୍ରକ୍ର ଡ୍ରାଇଭର ଓ ହେଲ୍ପରଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଟ୍ରଲରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ରୁ ମୃତଦେହ ଉଦ୍ଧାର କରି ଜବତ କରିଛି। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଫେରାର ଟ୍ରଲରକୁ ଠାବ କରିବା ପାଇଁ ଉଦ୍ୟମ ଚାଲିଛି।
ଖୋର୍ଦ୍ଧାରୁ ପ୍ରିୟଙ୍କା ମହାପାତ୍ର ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
