ବଡଚଣା ବ୍ଳକ ବିଜେଡି ପକ୍ଷରୁ ଏକ ମିଶ୍ରଣ ପର୍ବ ସିହାପଂଚାୟତ ଗୋଡିମାଗୁରା ଗୋଉଡ୍ ଶୋଳ ଠାରେ ଅନୁଷ୍ଟିତ ହୋଇଯାଉଛି।ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ତଥା ବଡଚଣା ବିଜେଡି ନେତା କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର ଙ୍କ ଦୃଢ଼ ନେତୃତ୍ବ ପ୍ରତି ଶତାଧିକ ବିଜେପି ଓ କଂଗ୍ରେସ ଦଳର କର୍ମୀ ମାନେ ବିଜେଡି ରେ ଯୋଗ ଦେଇଥିଲେ। ଏହି ଉପାଲକ୍ଷେ ଆୟୋଜିତ ମିଶ୍ରଣ ପର୍ବ ରେ ବଡଚଣା ବ୍ଲକ୍ ବିଜେଡି ଉପ ସଭାପତି ଜଗନ୍ନାଥ ମୁଦୁଲିଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେଡି ନେତା କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର ଯୋଗଦେଇ ମାଆ ମାଟି ର ପୁଅ କହି କ୍ଷମତାକୁ ଆସିଥିବା ବିଧାୟକ ବଡଚଣା ରେ ମାଟି, ବାଲି ମାଙ୍କଡ଼ା ମୋହରମ୍ ବିକ୍ରୀ କରି ବଡଚଣା କୁ ଲୁଣ୍ଠନ କରି ଚାଲିଛନ୍ତିବୋଲି କହିବା ସହିତ ଆଗାମୀ ଦିନରେ ବଡଚଣା ରେ ଚାଲୁଥିବା ଅନ୍ୟାୟ, ଅନିତି, ଦୁର୍ନୀତି ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ତାପସ ରାଓ, ଜିଲ୍ଲା ଯୁବ ବିଜେଡି ସଭାପତି ଆଶିଶ୍ ରଞନ ଚୈାଧୁରୀ,ଜିଲ୍ଲା ସମ୍ପାଦକ ସଂଜୟ କୁମାର ସ୍ଵାଇଁ ,ଜିଲ୍ଲା ଉପ ସଭାପତି ଜ୍ଞାନ ରଞ୍ଜନ ସାହୁ,ବ୍ଲକ ଉପସଭାପତି ତଥା ପ୍ରକ୍ତନ ସୈନିକ ଧୂଳେଶ୍ୱର ଦାସ, ସିହା ପଂଚାୟତ ସଭାପତି ଯଦୁନାଥ ସାହୁ,ପ୍ରଦିପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସିହା ଗ୍ରାମ ପଞ୍ଚାୟତ ର ଶତାଧିକ ବିଜେପି କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ସାମିଲ୍ ହୋଇଥିଲେ।କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ଦଳକୁ ସ୍ୱାଗତ କରିଥିଲେ।
ବଡ଼ଚଣା ରୁ ରଶ୍ମି ରଞ୍ଜନ ବିଶ୍ୱାଳ ପ୍ରତୀକ୍ଷା news
