ଦଳୀୟ ସଙ୍ଗଠନ କୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଥମେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ, ପରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ମାଧ୍ୟମରେ କର୍ମୀ ମାନଙ୍କୁ ଏକତ୍ରିତ କରି ସାଙ୍ଗଠନିକ ପ୍ରଶିକ୍ଷଣ ଦିଆଯାଉଛି | ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ସଭାପତି ପ୍ରତାପ ମିଶ୍ର ଙ୍କ ଅଧକ୍ଷତା ରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ତିର୍ତ୍ତୋଲ ସ୍ଥିତ ଏକ ଘରୋଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି | ଅନ୍ୟ ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ମାନ୍ୟବର ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ରାଜ୍ୟ ସମ୍ପାଦିକା ସ୍ମିତା ପ୍ରଧାନ,ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ସତ୍ୟ ସାରଥୀ ମହାନ୍ତି, ସଞ୍ଜୟ ମହାନ୍ତି, ରାଜକିଶୋର ବେହେରା ଙ୍କ ସମେତ ଜିଲ୍ଲା ଏବଂ ବ୍ଲକ ସ୍ତରର ପଦାଧିକାରୀ ମାନେ ଯୋଗ ଦେଇଥିଲେ | ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଚିନ୍ତାଧାରା ଏବଂ ଜନକଲ୍ୟାଣକାରୀ ଯୋଜନା କୁ ତୃଣମୂଳ ସ୍ତରରେ ପହଞ୍ଚେଇବା ସହିତ ସଂଗଠନ କୁ ମଜଭୁତ କରିବା, ରାଜ୍ୟ ଏବଂ କେନ୍ଦ୍ର ସରକାର ଙ୍କୁ ଧନ୍ୟବାଦ ପ୍ରସ୍ତାବ,ବିରୋଧୀଙ୍କୁ ନିନ୍ଦା ପ୍ରସ୍ତାବ ଦେଵା ସହ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଦଳକୁ ମଜଭୁତ କରି ଭାରତୀୟ ଜନତା ପାର୍ଟି ର ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରେଇବା ପାଇଁ ଏହି ବୈଠକ ରେ ଆଲୋଚନା କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦିକା ପୁର୍ଣିମା ରାଉତ ମତ ରଖିଥିବା ବେଳେ ତୃଣମୂଳ ସ୍ତରରେ ଭାରତୀୟ ଜନତା ପାର୍ଟିକୁ ପହଞ୍ଚେଇବା, ଲୋକଙ୍କ ସମସ୍ୟା ବୁଝିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ କୁ ଆମେ କିଭଳି ପୁରଣ କରାଯିବ ସେ ନେଇ ଆଲୋଚନା କରାଯିବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଏବଂ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ପ୍ରମୁଖ ମତ ରଖିଛନ୍ତି।
ତିର୍ତ୍ତୋଲ ରୁ ମାନସ କୁମାର ସୂତାର
