ବରଗଡ଼/ ପଦ୍ମପୁର :– ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ବୁଡ଼ା ମାଲ ଗ୍ରାମ ପଞ୍ଚାୟତ ଭଵନ ଗୃହ ଠାରେ ସରକାର ଙ୍କ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାଳନ କରାଯାଇଛି । ଏ ଅବସରରେ ଆୟୋଜିତ ସଭାରେ ସରପଞ୍ଚ ଟିକେଶ୍ୱରି ସେଠ୍ ସଭାପତିତ୍ଵ କରିଥିବା ବେଳେ ସମିତି ସଭ୍ୟା ସାବିତ୍ରୀ ଚାନ୍ଦ , ଏ ଡି ଇ ଓ ସୁଦର୍ଶନ ବେହେରା ସହ ଗ୍ରାମ ପଞ୍ଚାୟତ ର ବୁଡା ମାଲ, ଖଇର ପାଳି, ଗୁଠୁର୍ଲା, ଲୁହାଖାନ ତଥା ଭେଲୁଆଁ ପଦର୍ ଆଦି ଗ୍ରାମସଭା ରୁ ୱାର୍ଡ ସଭ୍ୟ,ସଭ୍ୟା ସାବାଳକ ପୁରୁଷ ତଥା ମହିଳା ମାନେ ଯୋଗ ଦେଇଥିଲେ । ଏଥିରେ ସ୍ୱଚ୍ଛତା, ବିଭିନ୍ନ ଗ୍ରାମ୍ୟ ବିକାଶ ଯୋଜନା, ଵିଭି ଜି ରାମ ଜି ରେ ଜଙ୍ଗଲ ମାନଙ୍କରେ ବିଭିନ୍ନ ଉନ୍ନତୀ ମୂଳକ ପଦକ୍ଷେପ, ଶିକ୍ଷା, ଜଳାଶୟ, ରାସ୍ତା ଆଦି ଜନସାଧାରଙ୍କ ମୌଳିକ ସୁବିଧା ସୁଯୋଗ ଉପରେ ଆଲୋଚନା କରାଯିବା ସହ କାର୍ଯ୍ୟକାରୀ କରିବା ଦିଗରେ ଚର୍ଚ୍ଚା ହୋଇଥିଲା । ଏଥିରେ ଜନସାଧାରଣ ନିଜ ନିଜ ର ସମସ୍ୟା ସବୁ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମ କୁ ସରପଞ୍ଚ ପ୍ରତିନିଧି ଅଶୋକ ସେଠ୍, ସମିତି ସଭ୍ୟା ପ୍ରତିନିଧି ବାବୁଲାଲ ଚାନ୍ଦ, ନବୀନ କୁମ୍ଭାର ଆଦି ସହଯୋଗ କରିଥିଲେ ।

ବରଗଡ଼ ରୁ ଫକୀର ରଣା ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ୍ ।
