ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ପାଚେର ଗାଁର ଜଗତ ନାଗ (୨୬)ଙ୍କ ଚିକିତ୍ସାଧୀନ ଅବସ୍ଥାରେ କର୍ଣାଟକର ରାଜଧାନୀ ବେଙ୍ଗାଲୁରୁସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ମୃତ ଯୁବକ ବେଙ୍ଗାଲୁରୁରେ ଏକ ହୋଟେଲ କମ୍ପାନିରେ ଶ୍ରମିକ ଭାବେ କାମ କରୁଥିଲେ।ହେଲେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ପରେ ଚିକିତ୍ସା ଖର୍ଚ୍ଚ ବାବଦ ବାକିଆ ୧ ଲକ୍ଷ ୨୪ ଟଙ୍କା ଦେଇନଥିବାରୁ ମୃତ ଦେହ କୁ ଡାକ୍ତରଖାନା କତୃପକ୍ଷ ନ ଛାଡ଼ି ବନ୍ଧକ ରଖିଥିବା ପରିବାର ସୂତ୍ରରୁ ଜଣାଯାଇଛି।ମୃତଦେହ ଘରକୁ ଫେରେଇ ଆଣିବାକୁ ପରିବାର ଲୋକ ପ୍ରସାଶନ କୁ ନିବେଦନ କରିଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସୋସିଆଲ ମିଡିଆ ରେ ଦାବୀ କରିଛନ୍ତି। ମୃତ ଯୁବକ ଜଣକ ବିବାହିତ ହୋଇଥିବା ବେଳେ ଗାଁରେ ତାଙ୍କ ସ୍ତ୍ରୀ ଓ ଗୋଟାଏ ଛୋଟ ପିଲା ଥିବା ଜଣାଯାଇଛି। ପରିବାରର ଆୟକାରୀ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର କାନ୍ଦ ବୋବାଳି ଫାଟିପଡୁଛି। ଗାଁରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।
