ଲଇକେରା,୨୧/୧୦ ଝାରସୁଗୁଡା ଜିଲ୍ଲା ଲଇକେରା ଠାରେ ଶାରଦୀୟ ଦୁର୍ଗାପୂଜା ଓ ମାଁ ସମଲେଶ୍ୱରୀଙ୍କ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଆୟୋଜିତ ଯାତ୍ରାରେ ଧାର୍ମିକ ଉତ୍ସବର ମୂଖ୍ୟ ଆକର୍ଷଣ ଥିଲା ।ମାଁ ସମଲେଶ୍ୱରୀଙ୍କ ବରୁଆ ଯାତ୍ରା ।ପାରମ୍ପାରିକ ରୀତିନୀତି ଅନୁସାରେ ମଙ୍ଗଳବାର ୨୦ ଅକ୍ଟୋବର ରାତି ପ୍ରାୟ ୧୧ଟା ରେ ମାଁ ସମଲେଶ୍ୱରୀ ମନ୍ଦିରରୁ ବରୁଆ ଶରୀରରେ ଆବିର୍ଭାବ ହୋଇ ଦୁର୍ଗା ମଣ୍ଡପ ଦେଇ ତୋଲ ନିଶାନର ତାଳେ ତାଳେ ଷୁଲହଭର୍ଣ୍ଣୀ ର ବାଦ୍ୟରେ ଲଇକେରା ଗ୍ରାମ ପରିକ୍ରମା କରିଥିଲେ ।ଏହି ସମୟରେ ମାଁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା ।୨୧ ଅକ୍ଟୋବର ବୁଧବାର ସକାଳେ ମାଁ ସମଲେଶ୍ୱରୀ ବରୁଆଙ୍କ ଶରୀର ରୁ ତ୍ୟାଗ କରିଥିଲେ ।ଏହା ପୂର୍ବରୁ ମାଁଙ୍କ ନିକଟରେ ଶରଣାପନ୍ନ ଶ୍ରଦ୍ଧାଳୁମାନେ ନିଜ ନିଜର ଗୁହାରୀ ଜଣାଇଥିଲେ ।ମାଁଙ୍କ ନିକଟରେ ନିଜର ମାନସିକ ପୂରଣ ଓ ମଙ୍ଗଳ କାମନା କରି ଭକ୍ତମାନେ ପ୍ରାର୍ଥନା କରିଥିଲେ ।ପାରମ୍ପରିକ ଧାର୍ମିକ ପ୍ରଥା ଲଇକେରା ଅଞ୍ଚଳର ଲୋକ ବିଶ୍ୱାସ ଓ ସାଂସ୍କୃତିକ ପରମ୍ପରା ସହ ଜଡିତ ।
ଏହି ଅବସରରେ ଗତ ୨୦ ଅକ୍ଟୋବର ମଙ୍ଗଳବାର ରାତିରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଯାତ୍ରା ଅବସରରେ ୨୦ ତାରିଖ ମଙ୍ଗଳବାର ରାତିରେ ‘ମାଁ ତୋର ସାହାରା ମେଲୋଡି’ର ଆକାଶ ପଟ୍ଟନାୟକ ଓ ତାଙ୍କ ଗ୍ରୂପ ସହିତ ଏଏମଏସ ଅର୍କେଷ୍ଟ୍ରାର ହିମାନୀ ଗ୍ରୁପ ପକ୍ଷରୁ ସଙ୍ଗୀତ ଓ ମନୋରଞ୍ଜନ କାର୍ଯ୍ଯକ୍ରମ ପରିବେଷଣ ହୋଇଥିବା ବେଳେ ଏହା ଉତ୍ସବରେ ଅଧିକ ଆକର୍ଷଣ ସୃଷ୍ଟି କରିଥିଲା ।ସେହିପରି ୨୧ ଅକ୍ଟୋବର ବୁଧବାର ସକାଳେ ସମ୍ୱଲପୁର ଜିଲ୍ଲାର ବଲବସପୁର ସ୍ଥିତ ଶ୍ରୀ ଶ୍ରୀ କୃଷ୍ଣଗୁରୁ ଭଜନ ମଣ୍ଡଳୀ ପକ୍ଷରୁ ଭଜନ ପରିବେଷଣ ହୋଇଥିବା ବେଳେ ଭଜନ କାର୍ଯ୍ୟକ୍ରମରେ ଉତ୍ସବ ସ୍ଥଳୀ ଭକ୍ତିମୟ ସୃଷ୍ଟି ହୋଇଥିଲା ।ପୂଜା କମିଟିର ସଦସ୍ୟ,ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଗ୍ରାମବାସୀ ଓ ପୋଲିସ ପ୍ରଶାସନଙ୍କ ମିଳିତ ସହଯୋଗରେ ଶାନ୍ତିଶୃଙ୍ଖଳାରେ ଶାରଦୀୟ ଦୁର୍ଗାପୂଜା ଓ ମାଁ ସମଲେଶ୍ୱରୀ ବଏଲ ଯାତ୍ରା ସମ୍ପନ୍ନ ହୋଇଯାଇଛି ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
