ବଲାଙ୍ଗିର, ତା. ୨୪.୧୦: ପୁଇଁତଳା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସାଉନ୍ତେଶ୍ୱରୀଙ୍କ ପବିତ୍ର ବଏଲ ଯାତ୍ରା ମହାଆଡ଼ମ୍ବରରେ ସମାପନ ହୋଇଯାଇଛି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ଭକ୍ତି ଓ ଆସ୍ଥାର ଏହି ମହାନ ପରମ୍ପରା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା। ଏହି ପବିତ୍ର ଯାତ୍ରାରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଯୁବନେତା ନିହାର ରଞ୍ଜନ ବେହେରା, ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର , ବିଶିଷ୍ଟ କଣ୍ଠ ଶିଳ୍ପୀ ବ୍ୟାସଦେବ ପୁରୋହିତ ପ୍ରମୁଖ ଯୋଗଦେଇ ମା’ଙ୍କ ଦର୍ଶନ କରିଥିଲେ। ମା’ ସାଉନ୍ତେଶ୍ୱରୀ ଦେବୀଙ୍କ ମନ୍ଦିର ଦେବୋତ୍ତର ବିଭାଗ ଦ୍ୱାରା ପରିଚାଳିତ ହୋଇଥାଏ। ଏହି ଯାତ୍ରାରେ ଅନେକ ଶ୍ରଦ୍ଧାଳୁ ନିଜର ମାନସିକ ପୂରଣ ହୋଇଥିବା ବିଶ୍ୱାସରେ ମା’ଙ୍କ ନିକଟରେ ଭୋଗ, ନଡ଼ିଆ ଓ ପାରମ୍ପରିକ ବଳି ଅର୍ପଣ କରିଥିଲେ l ମନ୍ଦିରର ପୂଜାକାର୍ଯ୍ୟ ମଣିକ ବେହେରା ଓ ରାଜା ବେହେରାଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। ଛତ୍ରିଆ କାର୍ତ୍ତିକ ଥନାପତିଙ୍କ ସମେତ ସେବକ ଠବୋ ବେହେରା, ଗୋକୁଳ ବେହେରା, ହୃଦାନନ୍ଦ ବେହେରା, ଶମ୍ଭୁ ବେହେରା, ବିକାଶ ବେହେରା, ଲଳିତ ଭୋଇ, ପ୍ରମୋଦ ପ୍ରଧାନ, ସନ୍ନ୍ୟାସୀ ଭୋଇ, ବାନା ପଟେଲ, ରାକେଶ ଗଡ଼ତ୍ୟା, ରାମଗୋପାଳ ଭୋଇ, ଟିକୁନ ପ୍ରଧାନ ଓ ସୂର୍ଯ୍ୟ ବେହେରାଙ୍କ ନେତୃତ୍ୱରେ ମହାଆଳତି ଓ ବଏଲ ଯାତ୍ରାର ସମସ୍ତ ଧାର୍ମିକ କାର୍ଯ୍ୟ ସୁରୁଖୁରୁରେ ସମାପନ ହୋଇଥିଲା। ମା’ ସାଉନ୍ତେଶ୍ୱରୀଙ୍କ ଏହି ପାରମ୍ପରିକ ଯାତ୍ରା ସ୍ଥାନୀୟ ଅଞ୍ଚଳର ଧାର୍ମିକ ଆସ୍ଥା, ଲୋକସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପରିଚୟ ବହନ କରୁଛି।
