ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ବେଲପଡା ବ୍ଳକ କପାଣି ସ୍ଥିତ ବନଦୂର୍ଗା ଫରେଷ୍ଟ ନର୍ସରୀ ଠାରେ ସଂଘ ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ବୈଠକ ରେ ସରକାର ଙ୍କ ଦ୍ଵାରା ସାମ୍ବାଦିକ ମାନଙ୍କ ଉପରେ ଅଣାଯାଇଥିବା ନୂତନ ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା। ପ୍ରତିକୁଳ ପରିସ୍ଥିତିରେ ଖବର ସଂଗ୍ରହ କରିବା ସମୟରେ ସତର୍କତା ଅବଲମ୍ବନ କରିବା ସହ ନିଜ ପାଖରେ ପରିଚୟ ପତ୍ର ରଖିବା ସରକାର ଙ୍କ ପଞ୍ଜିକୃତ ଥିବା ସଂସ୍ଥାରେ କାମ କରିବା ସହ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଯେପରି ଅନ୍ତର୍ଭୁକ୍ତ ହୋଇପାରିବ ବୋଲି ସଭାପତି ଶ୍ରୀ ବୁଡେକ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ଯୁବ ପତ୍ରକାର ସଂଘ ପକ୍ଷରୁ ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ପାରିଦର୍ଶିତା ଥିବା ବରିଷ୍ଠ ସାମ୍ବାଦିକଙ୍କୁ ନେଇ ଏକ ଦିନିକିଆ ସାମ୍ବାଦିକ ତାଲିମ ଶିବିର ଆୟୋଜନ କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସଂଘର ଉପସଭାପତି ଗୋରେଖନାଥ ବରିହା, ସଂପାଦକ ଲଲିତ ମଲ୍ଳିକ, ସହ ସଂପାଦକ ଗୁଣନିଧି ପୁଟେଲ, ମୂଖ୍ୟ ଉପଦେଷ୍ଟା ଜଗଦୀଶ ଭୋଇ, ପିତରାଜ ଧରୁଆ, ଘନ ବରିହା, ଅଭିମନ୍ୟୁ ବାଗ, ଶେଷଦେବ ସିଂ ନାଏକ, ଗୌରିଶଙ୍କର ବରିହା ଉପସ୍ଥିତ ଥିଲେ। ଉପସଭାପତି ଗୋରେଖନାଥ ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ଗୁଣନିଧି ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
