ଲଇକେରା,୨୭/୧୦:ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ କ୍ରମେ ଶିଶୁମାନଙ୍କୁ ଯୈାନ ନିର୍ଯାତନାରୁ ସୁରକ୍ଷା ପ୍ରଦାନ କରିବା,ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବା ତଥା ଏକ ସୁରକ୍ଷିତ ଶୈଶବ ଗଠନ କରିବା ଲକ୍ଷ୍ୟରେ “ସୁରକ୍ଷିତ ଶୈଶବ ଅଭିଯାନ”ଅନ୍ତର୍ଗତ ଏକ ସଚେତନ ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଝାରସୁଗୁଡା ପକ୍ଷରୁ ଲଇକେରା ସ୍ଥିତ ପି.ଏମ୍.ଶ୍ରୀ କେ.ବି.ଜେ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଓ ଦୈାରା ଜର୍ଜ ତଥା ଜିଲ୍ଲା ଆଇନ ପ୍ରାଧିକରଣ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗ ଦେଇ ଶିଶୁମାନଙ୍କ ଯୈାନ ଅପରାଧ ରୁ ସୁରକ୍ଷା ଆଇନ,୨୦୧୨ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ଦେଶବ୍ୟାପୀ ବିଦ୍ୟାଳୟ ସ୍ତରରେ ଚାଲିଥିବା ଅଭିଯାନର ଏକ ଅଂଶ ଏବଂ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କୁ ଯୈାନ ଶୋଷଣ ଓ ନିର୍ଯ୍ୟାତନର ବିଭିନ୍ନ ରୂପ ସମ୍ପର୍କରେ ଅବଗତ କରାଇବା,ଅସୁରକ୍ଷିତ ପରିସ୍ଥିତିକୁ ଚିହ୍ନଟ କରିବାର ଜ୍ଞାନ ପ୍ରଦାନ କରିବା ଏବଂ କୈାଣସି ଅପ୍ରୀତିକର ଘଟଣା ଘଟିଲେ ନିର୍ଭୟରେ ଅଭିଭାବକ,ଶିକ୍ଷକ କିମ୍ୱା ଅନ୍ଯ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଜଣାଇବା ପାଇଁ ପ୍ରେରିତ କରିବା ବୋଲି ମତ ବ୍ଯକ୍ତ କରିଥିଲେ ।ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା) ର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ କୁମାର ନାୟକ, ପ୍ରାଧିକରଣ ସଚିବ ଶ୍ରୀମତୀ ଆଲୋକମୟୀ ପ୍ରଧାନ ଶିଶୁମାନଙ୍କ ପ୍ରତି ଯୈାନ ଅପରାଧ ରୋକିବାରେ ପରିବାର,ବିଦ୍ଯାଳୟ ଓ ସମାଜର ଦାୟିତ୍ୱ ସମ୍ପର୍କ ରେ ଗୁରୁତ୍ୱାରୋପ କରିଥିଲେ ।ଅନ୍ୟମାନଙ୍କ ମଧ୍ଯରେ ଲଇକେରା ପୋଲିସ ଷ୍ଟେସନର ସବ୍ ଇନ୍ସପେକ୍ସଟର ଲକ୍ଷ୍ମୀପ୍ରିୟା ମଲ୍ଲିକ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟେଲ ଯୋଗଦେଇଥିଲେ ।ପୋକ୍ସୋ ଆଇନ,୨୦୧୨ ର ପ୍ରମୁଖ ବ୍ଯବସ୍ଥା,ଶିଶୁମାନଙ୍କ ଆଇନଗତ ସୁରକ୍ଷା,ଯୈାନ ଅପରାଧ ସମ୍ପର୍କରେ ଅଭିଯୋଗ ଦାଖଲ ପ୍ରକ୍ରିୟା ଏବଂ ପୀଡିତ ଶିଶୁଙ୍କ ପ୍ରତି ସମ୍ୱେଦନଶୀଳ ଆଚରଣର ଆବଶ୍ଯକତା ବିଷୟରେ ଆଲୋକପାତ କରାଯାଇଥିଲା ।ଶିଶୁମାନେ ଯେପରି ଭୟ, ସଂକୋଚ କିମ୍ୱା ସାମାଜିକ କଳଙ୍କର ଆଶଙ୍କାରେ ନିର୍ଯାତନାର ଶିକାର ହେବା ସତ୍ତ୍ୱେ ନିରବ ନ ରହନ୍ତି, ସେଥିପାଇଁ ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଉପରେ ଜୋର ଦିଆଯାଇଥିଲା ।ଏହି ଅଭିଯାନ ମାଧ୍ୟମରେ ବିଦ୍ୟାଳୟକୁ ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସହାୟକ ପରିବେଶରେ ପରିଣତ କରିବା ସହ ଶିଶୁ ନିର୍ଯାତନାର ଘଟଣାକୁ ରୋକିବା,ସମୟୋଚିତ ଭାବେ ଚିହ୍ନଟ କରିବା ଏବଂ ଆବଶ୍ଯକ ସ୍ଥଳେ ଆଇନଗତ ସହାୟତା ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆହ୍ୱାନ କରାଯାଇଥିଲା ।ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଝାରସୁଗୁଡା ପକ୍ଷରୁ ଏପରି ସଚେତନତା କାର୍ଯ୍ୟକ୍ରମ ଶିଶୁ ମାନଙ୍କ ମଧ୍ୟରେ ଆଇନଗତ ସାକ୍ଷରତା ବୃଦ୍ଧି କରିବା ସହ ସେମାନଙ୍କ ଅଧିକାରର ସୁରକ୍ଷା ଓ ଏକ ଶିଶୁ-ଅନୁକୁଳ ସମାଜ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା ।
