ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରେ ରହିଥିବା ଅନେକ ପଞ୍ଚାୟତରେ ଗ୍ରାମାଞ୍ଚଳରେ ବାତ୍ୟା ର ରୂପ ବଢ଼ିବାରେ ଲାଗିଛି। ସକାଳ ସମୟରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ତୁହାକୂ ତୁହା ବର୍ଷା ପବନ ବହିବାରେ ଆରମ୍ଭ ହୋଇଯାଇଛି । ପ୍ରବଳ ବର୍ଷା ସାଙ୍ଗକୁ ପବନ ର ବେଗ ବଢୁଥିବା ଫଳରେ ଲୋକଙ୍କ ମଧ୍ୟରେ ବାତ୍ୟାର ଭୟ ଜାରି ରହିଛି। ଚାଷ ଜମିରେ ଧାନ ଠାରୁ ଆରମ୍ଭ କରି ପନିପରିବା ଚାରା, କଦଳୀ, କାଜୁ ଫସଲ ରହିଥିବାରୁ ବାତ୍ୟା କୁ ନେଇ ଚାଷୀ ମଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି। ଲଗାଣ ବର୍ଷା ସାଙ୍ଗକୁ ପବନର ବେଗ ବଢୁଥିବାରୁ ତଳିଆ ଅଞ୍ଚଳରେ ଥିବା ପାଚିଲା ଧାନ ସହ ପନିପରିବା ଚାରା ଚାଷ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ରୁ ଜୟସେନ୍ ରଇତ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ଯୁଜ୍।
