ପିପିଲି ତା ୩୦l୧୦l୨୬ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ପୁରୀଙ୍କ ସହାୟତାରେ ଏବଂ ନାରୀ ମଙ୍ଗଳ ମହିଳା ସମିତିର ମିଳିତ ଆୟୋଜନରେ ପିପିଲି ହାଟଛକ ବଜାରରେ ଶିଶୁ ଶ୍ରମ ମୁକ୍ତ ସଚେତନତା ଅଭିଯାନ ପଦଯାତ୍ରା ଓ ଦାସ କାଠିଆ ସାଂସ୍କୃତିକ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ହାଟ ଛକ ଠାରୁ କଲେଜ ଛକ ପର୍ଯ୍ୟନ୍ତ ପଦଯାତ୍ରା ସହିତ ସ୍ଲୋଗାନ ଓ ପ୍ରଚାରପତ୍ର ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା l ହାଟ ଛକ ଟ୍ରାଫିକ ବଜାର ଠାରେ ଓଡ଼ିଶା ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କଳାକାରଙ୍କ ଦ୍ବାରା ଦାସ କାଠିଆ ପ୍ରଦର୍ଶନ ମାଧ୍ୟମରେ ଶିଶୁ ଶ୍ରମ ମୁକ୍ତି ଆବଶ୍ୟକତା ଓ ନିଷେଧ ଅଧିନିୟମ ସମ୍ପର୍କରେ ସୁନ୍ଦର କଳାତ୍ମକ ସଚେତନ ବାର୍ତ୍ତା ପ୍ରଦାନ କରାଯାଇ ଥିଲା । ପରବର୍ତ୍ତୀ ସମୟର ଅପରାହ୍ନରେ କଣ୍ଟି ବଜାର ଉପରେ ଅନୁରୂପ ଅଭିଯାନ ଓ ଦାସକାଠିଆ ପରିବେଷଣ କରା ଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସହକାରୀ ଶ୍ରମ ଅଧିକାରିଣୀ ଶ୍ରୀମତୀ ସୋନାଲି ଜେନା, ପିପିଲି ବ୍ଲକ ଲୋକ କଳା ସମତି ଉପସଭାପତି ପ୍ରହଲ୍ଲାଦ ରାଉତ ଉପସ୍ଥିତ ଥିଲାବେଳେ ନାରୀ ମଙ୍ଗଳ ମହିଳା ସମିତି ସମ୍ପାଦିକା ଶ୍ରୀମତୀ ସସ୍ମିତା ପଣ୍ଡା ଓ ଉପଦେଷ୍ଟା ପ୍ରକାଶ ରାଉତରାୟ ଓ ଅନ୍ୟାନ୍ୟ କର୍ମକର୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୁମାର ବାରିକ ଓ ଭ୍ରମର ବାରିକଙ୍କ ଦ୍ବାରା ପରିବେଷିତ ଦାସକାଠିଆ ଉଚ୍ଚ ପ୍ରଂଶସିତ ହୋଇଥିଲା। ଉକ୍ତ ସଚେତନତା ଶିଶୁ ଶ୍ରମ ମୁକ୍ତି ଅଭିଯାନ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ସାର୍ବଜନୀନ ଭାବରେ ବିଭିନ୍ନ ସ୍ଥାନରେ ଚାଲୁ ରହିବ।
