ଲଇକେରା,୩୧/୧୦:ଝାରସୁଗୁଡା ଜିଲ୍ଲା କିର୍ମିରା ଗଜଲକ୍ଷ୍ମୀ ପୂଜା ଯାତ୍ରା ଆନୁକୂଲ୍ଯରେ କମିଟୀ ପକ୍ଷରୁ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି ।ଏଥିରେ ସର୍ବମୋଟ ୮ଟି ଦଳ ଭାଗ ନେଇଥିବା ବେଳେ ପ୍ରଥମ ଦିନରେ ୪ଟି ଦଳ ମଧ୍ୟରୁ କିର୍ମିରା ଓ ସାନ୍ତନୁ ବ୍ରୋଦର ମଧ୍ୟରେ ସେମି ଫାଇନାଲ ହୋଇ କିର୍ମିରା ଦଳ ଫାଇନାଲ କୁ ଯାଇଛି ।ଆୟୋଜିତ ଖେଳରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜୁ ଜନତା ଦଳ ସଭାପତି ହରିଶ ଗଣତ୍ରା, ପୂର୍ବତନ ସଭାପତି ରବି ସିଂହ, ବ୍ଲକ ବିଜେଡି ସଭାପତି ଚୂଡାମଣି ସାହୁ,ବରିଷ୍ଠ ନେତା ସରୋଜ ନାୟକ,ମୀନକେତନ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ ।କମିଟୀ ସଭାପତି ରାମେଶ୍ୱର ପାଣିଗ୍ରାହୀ,ସମ୍ପାଦକ ମହେଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିବା ବେଳେ ସଭ୍ୟ ସଚିନ ପଶାୟତ,ପଫୁନ ନାଏକ, ପୃଥିରାଜ ପଶାୟତ,ଗୋପାଳ ବେହେରା,ବାବୁଲା ଛତ୍ରିଆ, ପରେଶ ଧୁରୁଆ ସହିତ ସଦସ୍ୟ ମାନେ ସହଯୋଗ କରିଥିଲେ ।ଆଜି (ରବିବାର)ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି କମିଟୀ ସୁତ୍ରରୁ ସୂଚନା ମିଳିଛି ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ ପ୍ରତୀକ୍ଷା ନ୍ୟୁଜ
