ଭୁବନେଶ୍ବରର ଉପକଣ୍ଠ ଡେଲାଙ୍ଗ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ହାଇସ୍କୁଲ ପରିସରରେ “ସୁମନ” ଭଲ୍ୟୁଣ୍ଟିରସ ମାନଙ୍କ ପକ୍ଷରୁ ମା ଓ ଶିଶୁଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପରିପେଖିରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା”ସୁମନ” ଓ ପାଠଚକ୍ର ସହଯୋଗୀ ସୁକାନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜସେବୀ ସବିତା ଦାସ , ପ୍ରଧାନ ଶିକ୍ଷକ ହୃଷିକେଶ ବଳିଆରସିଂହ, ଏଵଂପ୍ରାକ୍ତନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଡିଶା “ସୁମନ” ସହଯୋଗୀ ଶ୍ରୀଧର ବେହେରା, ନିଷ୍ଠା ଯୋନର ସୁମନ ଆବାହକ କୌଶଲ୍ୟା ସାମଲ,ପୁରୀ ଜିଲ୍ଲା ସୁମନ ଆବାହକ ରଶ୍ମୀତା ପରିଡା, କଟକ ଜିଲ୍ଲା ସଂଯୋଜକ ବିପିନ ବିହାରୀ ଦାସ ପ୍ରମୁଖ ଯୋଗ ଦେଇ ଗର୍ଭବତି ମା ମାନଙ୍କର ସୁରକ୍ଷିତ ଭାବରେ କିପରି ପ୍ରସବ କରାଇବା ଓ ସୁରକ୍ଷିତ ଭାବରେ ଜନ୍ମିତ ନବଯାତ ଶିଶୁର ଯତ୍ନ ନେବା “ଆସୋସନାର” ମୁଖ୍ୟ ଲକ୍ଷ ଅଟେ , ମା ମାନେ ହେଉଛନ୍ତି ସୃଷ୍ଟି କର୍ତ୍ତା , ପାଳନ କର୍ତ୍ତା,ସେମାନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବା ଆବଶ୍ୟକ ଏହି “ସୁମନ ” ଯୋଜନାକୁ ସରକାର କାର୍ଯ୍ୟକାରୀ କରାଇଲେ ମା ଓ ଶିଶୁର ମୃତ୍ୟୁହାର ରୋକା ଯାଇ ପାରିବ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ଆଉ ମଧ୍ୟ ମାଆ, ମାନଙ୍କର ଗର୍ଭବତି ସମୟରେ ପ୍ରଭୁ ଶ୍ରୀ ଅରବିନ୍ଦଙ୍କର ଇଶ୍ୱରିୟ ବାଣୀ ସୁଣାଇଲେ ସୁସ୍ଥ ସନ୍ତାନ ଜନ୍ମ ହୋଇ ପାରିବ ବୋଲି ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅସ୍ତରଂଗ, କାକଟପୁର ନିମାପଡା, ଡେଲାଙ୍ଗ ପ୍ରଭୁତି ସ୍ବାସ୍ଥ୍ୟ ଉପ କେନ୍ଦ୍ରର ସୁମନ ଭାଲ୍ୟୁଣ୍ଟିୟରସ ମାନେ ଯୋଗ ଦେଇଥିଲେ । ଭୁବନେଶ୍ୱରରୁ ଵିନୋଦ କୁମାର ଭୋଇଙ୍କ ରିପୋର୍ଟ ପ୍ରତିକ୍ଷା ନ୍ୟୁଜ
