କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶ୍ରୀମସ୍କା ଠାରେ ଥିବାଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ୨୦୨୬ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବୈରାଗୀ ଚରଣ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୂଖ୍ଯ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତପିମଣି ଯାନୀ ଯୋଗ ଦେଇଥିଲେ l ମୂଖ୍ଯବକ୍ତା ଭାବରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀରୂପ ସିଂ ରାଉତ, ସମ୍ମାନିତ ଅତିଥି ଆଞ୍ଚଳିକ ଶିକ୍ଷା ସଂଯଜକ ଶ୍ରୀଯୁକ୍ତ ମକୁନ୍ଦ ବାଗ, ଗ୍ରାମ ବିକାଶ ଶିକ୍ଷାନିକେତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ, ଥୁଆମୂଳ ରାମପୁର ନୋଡାଲ ସ୍କୁଲ ପ୍ରଧାନ ଶିକ୍ଷକ କୃତ୍ତିବାସ ନାଏକ, ଉତ୍କଳ ଓଡ଼ିଆ ଖବରକାଗଜ ପ୍ରତିନିଧି ଶ୍ରୀ ଅଙ୍ଗଦ ନାଏକ ପ୍ରମୂଖ ମଞ୍ଚାସୀନ ଥିଲେ l କାର୍ଯ୍ଯକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ସ୍ବାଗତ କରିଥିଲେ । ପରେ ଅତିଥି ମାନେ ବିଦ୍ୟାଦାତ୍ରୀଙ୍କ ପୂଜାର୍ଚ୍ଚନା କରି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅତିଥିଙ୍କ ପରିଚୟ ପ୍ରଦାନ କରାଯିବା ପରେ ଅତିଥି ମାନେ ଶିକ୍ଷାର ମହତ୍ବ ଉପରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ । ପିଏମ ଶ୍ରୀ ବିଦ୍ୟାଳୟ ଯୋଜନା ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଉନ୍ନତି ହେବାସହ କିପରି ଅଧିକ ଉପକୃତ ହେବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପରେପରେ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମୂଖ୍ଯ ଅତିଥି ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ସାସ୍କୃତିକ କାର୍ଯ୍ଯକ୍ରମକୁ ସହଶିକ୍ଷକ ପରିଚାଳନା କରିଥିବା ବେଳେ ମଞ୍ଚ ପରିଚାଳନା ଅର୍ଥନୀତି ଅଧ୍ୟାପକ ଶ୍ରୀ ଦିନେଶ ଦୁର୍ଗା କରିଥିଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ପୃଥ୍ୱୀରାଜ ନିଆଲ ଙ୍କ ରିପୋର୍ଟ ପ୍ରତୀକ୍ଷା ନିୟୁଜ
