ଓଡ଼ିଆ ଚଳଚିତ୍ର ଜଗତରେ ଶୋକର ଛାୟା।ପରଲୋକଗତ ଖ୍ୟାତନାମା ଫିଲ୍ମ ପ୍ରାୟୋଜକ ରବି ସ୍ୱାଇଁଙ୍କ ଏକାଦଶ ଅବସରରେ ଭାବବିହ୍ୱଳ ପରିବେଶ।
ସ୍ମୃତିରେ ଭିଜିଲା ପିପିଲି… ଏବଂ ଓଡ଼ିଆ ସିନେ ଜଗତ। ଏକାଦଶ କାର୍ଯ୍ୟକ୍ରମରେ ଜମିଥିଲା ଲୋକସମୁଦ୍ର। ଓଡ଼ିଆ ଚଳଚିତ୍ରର ଅଭିନେତା-ଅଭିନେତ୍ରୀ, ରାଜନେତା, ବୁଦ୍ଧିଜୀବୀ, ସମାଜସେବୀ, ଶିଳ୍ପପତି ଓ ଶିକ୍ଷାବିତ ସମସ୍ତେ ଏକାଠି ହୋଇ ରବି ସ୍ୱାଇଁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି।
ସମସ୍ତଙ୍କ ମନରେ ଗୋଟିଏ କଥା—
ରବି ସ୍ୱାଇଁ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତି ଓ ଅବଦାନ ସବୁବେଳେ ରହିବ।”
ରବି ସ୍ୱାଇଁ ଓଡ଼ିଆ ସିନେମାକୁ ନୂଆ ପରିଚୟ ଦେଇଥିଲେ…ତାଙ୍କ ଭଳି ଲୋକ ଦୁର୍ଲଭ… ଏହା ଆମ ପାଇଁ ଅପୂରଣୀୟ କ୍ଷତି। କେବଳ ଚଳଚିତ୍ର ଜଗତ ନୁହେଁ…
ପିପିଲି ଅଞ୍ଚଳରେ ଶିକ୍ଷାକୁ ନୂଆ ଦିଗ ଦେଖାଇଥିଲେ ରବି ସ୍ୱାଇଁ। ତାଙ୍କ ଉଦ୍ୟମ ଓ ପ୍ରୟାସ ଆଜି ମଧ୍ୟ ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା।ରବି ସ୍ୱାଇଁ ଙ୍କ ଉଦ୍ଦେଶ୍ୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଭାବବିହ୍ୱଳ ହୋଇ ପଡି ଥିଲେ ସମସ୍ତେ ।ରବି ସ୍ୱାଇଁ ଥିଲେ । ଏକ ଅଦ୍ୱିତୀୟ ପ୍ରତିଭା… ଏକ ସହୃଦୟ ମଣିଷ,ରବି ସ୍ୱାଇଁଙ୍କ ବିୟୋଗ ଓଡ଼ିଶା ପାଇଁ ନିଶ୍ଚୟ ଏକ ବଡ଼ କ୍ଷତି।
